ନବନିର୍ମାଣ କୃଷକ ସଙ୍ଗଠନ ଦାବିପତ୍ର

Spread the love

ଭଦ୍ରକ, ୦୬/୧୧/୨୦ (ସନ୍ଧାନ ନିଉଜ) : ଭଣ୍ଡାରିପୋଖରୀ ବ୍ଲକର ନବନିର୍ମାଣ କୃଷକ ସଙ୍ଗଠନ ଶାଖା ପକ୍ଷରୁ କୃଷକମାନଙ୍କ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି । ରବିନ୍ଦ୍ରନାଥ ପଣ୍ଡା, ବିବେକାନନ୍ଦ ଜେନା, ଦେବେନ୍ଦ୍ର ବାରିକ, ନରନାରାୟଣ ବାରିକ, ଲକ୍ଷ୍ମଣ ପଣ୍ଡା, ହେମନ୍ତ କୁମାର ସାହୁ, ରବିନ୍ଦ୍ର ସାହୁ, ବିଜୟ ନାୟକ, ହେମନ୍ତ କୁମାର ପଣ୍ଡା, ଉମେଶ ପାତ୍ର, କରୁଣାକର ପାତ୍ର, ନିରାକାର ରାଉତ, ସନ୍ତୋଷ ଭାରତୀ, ପ୍ରଫୁଲ୍ଲ ପାତ୍ର, ସୁବାସ ପଲେଇ, ଲଳିତ ଜେନା, ରତ୍ନାକର ପାତ୍ର ପ୍ରମୁଖ ବହୁ କୃଷକ ବ୍ଲକ କାର୍ଯ୍ୟାଳୟରେ ଦାବିପତ୍ର ପଅଦାନ କରିଥିଲେ । ଗତ ରବି ଋତୁ ଧାନ ବ୍ଲକ ଅଞ୍ଚଳ ଚାଷୀଙ୍କ ଠାରୁ କ୍ରୟ କରାନଯିବା ଓ ମୁଗ, ବିରି ଆଦି ରବି ଫସଲ ସଠିକ ଭାବେ କ୍ରୟ କରାନଯିବା ଘଟଣାର ପ୍ରତିକାର କରାଯିବା, ଅଣକୃଷକମାନେ କୃଷିକ୍ଷେତକୁ ଗାଈଗୋରୁ ଛାଡି ଚାଷର କ୍ଷତିକୁ ରୋକାଯିବା, ବ୍ଲକ ଅଞ୍ଚଳର ବନ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ବିହନ, ସାର, କୀଟନାଶକ ଯୋଗାଇ ଦିଆଯିବା ଆଦି ଦାବି କରାଯାଇଥିଲା । ଏହି ସବୁ ଦାବି ପୂରଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ସୂଚୀତ କରାଯାଇଥିଲା ।

Related Posts

About The Author

Add Comment