ଭଦ୍ରକ, ୩୦/୧୦ (ସନ୍ଧାନ ନିୟୁଜ): ତିହିଡି ଥାନା ହିନ୍ଦୋଳ ଅଞ୍ଚଳରେ ନକଲି ମଦ କାରଖାନା ଠାବ କରାଯାଇଛି । ଲକ୍ଷାଧିକ ଟଙ୍କାର ନକଲି ମଦ ସହ, ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ମଧ୍ୟ ଜବତ ହୋଇଛି । ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ମହିଳା ଜଣକ ହେଲେ ସେହି ଅଞ୍ଚଳର ଗୀତାଞ୍ଜଳି ଦାସ । ଚଢାଉ ବେଳେ ଘଟଣାସ୍ଥଳରୁ ଆଉ ଜଣେ ଫେରାର ହୋଇଯାଇଛି ।
ପ୍ରାୟ ୩-୪ ମାସ ହେଲା ଏଠାରେ ନକଲି ମଦ କାରଖାନା ଚାଲୁଥିବା ସୂଚନା ମିଳିଛି । ଏନେଇ କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସାଧାରଣ ନିର୍ବାଚନ ସମୟରେ ନକଲି ମଦ ପିଇ କିଛି ଲୋକ ପ୍ରାଣ ହରାଇଥିଲେ ।
ନକଲି ମଦ ସହ ନାମୀଦାମୀ କମ୍ପାନୀର ଲୋଗୋ ଜବତ
|
October 31, 2019 |