ଭଦ୍ରକ ୨୩/୫/୨୬ (ସନ୍ଧାନ ନ୍ୟୁଜ ) ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ ଏକ ସଂରକ୍ଷିତ ଆସନ। ଏହି ନିର୍ବାଚନ ମଣ୍ଡଳୀ ଟି ୪୩ ପଞ୍ଚାୟତ ଓ ଗୋଟିଏ ବିଜ୍ଞାପିତ ପରିଷଦ କୁ ନେଇ ଗଠିତ। ଏଠାରୁ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ଓ ବର୍ତ୍ତମାନ ସୁରଜ୍ ସୂର୍ଯ୍ୟବଂଶୀ ବିଧାୟକ ଭାବେ ନିର୍ବାଚିତ ହୋଇ ଛନ୍ତି। ବିଜୁ ଜନତା ଦଳ ଏହି ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ତାର ବିଧାୟକ ପାଇଛି।୨୦୨୪ ବିଧାନସଭା ନିର୍ବାଚନ ରେ ବିଜୁ ଜନତା ଦଳ ଏଠାରୁ ପରାଜୟ ବରଣ କରିଛି। ଦଳୀୟ ପାର୍ଥି ଡକ୍ଟର ସଞ୍ଜୟ ଦାସ ପ୍ରାୟ ଦଶ ହଜାର ଭୋଟ ବ୍ୟବଧାନ ରେ ବର୍ତ୍ତମାନ ର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଙ୍କ ଠାରୁ ହାରି ଯାଇ ଥିଲେ। ଏହା ଭିତରେ ଅଢେଇ ବର୍ଷ ବିତିଗଲାଣି। ଦଳୀୟ ନେତା ଶ୍ରୀଯୁକ୍ତ ସଞ୍ଜୟ ଦାସ ପ୍ରାୟ ପଞ୍ଚାୟତ କୁ ଯାଇ ପୁଣି ଦଳୀୟ ସଂଗଠନ କୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି। ଏଠାରେ ଗୋଟିଏ କଥା ମୋ ମନକୁ ଆନ୍ଦୋଳିତ କରୁଛି। ଅସୁରାଲି ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାବେଶ ରେ ଭଦ୍ରକ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ। ପୁର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଧାମନଗର ବ୍ଲକ ନେତା ଅଶୋକ ନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସମାବେଶ କୁ ସଫଳ କରି ଥିଲେ। ଏହି ସମାବେଶ ରେ ବରିଷ୍ଠ ନେତା ଶ୍ରୀଯୁକ୍ତ ରାଜେନ୍ଦ୍ର ଦାସ ଉପସ୍ଥିତ ନ ଥିଲେ। ଏ କଥା କୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି ଲୋକ ମାନେ। ଏହି ସମୟରେ ରାଜେନ୍ଦ୍ର ଦାସ ସଭା ସ୍ଥଳ ରେ ଉପସ୍ଥିତ ନ ରହିବା ଏକ ନୂଆ ସଂକଟ କୁ ଡାକିଆଣିବ ନାହିଁ ତ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ରାଜେନ୍ଦ୍ର ଦାସ ଙ୍କୁ କଣ ଠେଶା କରୁଛି କି
|
May 22, 2026 |



