ଧର୍ମେନ୍ଦ୍ର ମଲ୍ଲ ଙ୍କ ବିୟୋଗ ରେ ଶୋକସଭା।।

Spread the love

ଜେନାପୁର,୨୧/୩(ସନ୍ଧାନ ନ୍ୟୁଜ): ସମାଜସେବୀ ଧର୍ମେନ୍ଦ୍ର କୁମାର ମଲ୍ଲ (ଟିକୁ)ଙ୍କ ବିୟୋଗ ରେ ତାଙ୍କ ବାସଭବନ ଧର୍ମଶାଳା ବ୍ଲକ ରେଖିଦେଇପୁର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଧର୍ମେନ୍ଦ୍ର ମଲ୍ଲଙ୍କୁ ଭଲ ପାଉଥିବା ଅନେକ ଅତିଥି ଏହି ଶୋକ ସଭାରେ ଯୋଗ ଦେଇଥିଲେ। ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ପଙ୍କଜ ଚରଣ ମଲ୍ଲ ଙ୍କ ସଂଯୋଜନା ରେ ଆୟୋଜିତ ଏହି ସଭାରେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ,କବାଟବନ୍ଧ ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କର,ସମାଜସେବୀ ମିନତୀ ସାହୁ, କାହ୍ନୁ ଚରଣ ଦାସ,ଡ଼ଃ କୁଶ ଚନ୍ଦ୍ର ପ୍ରଧାନ, ଆମ ଆଶ୍ରମର ପ୍ରତିଷ୍ଠାତା ଅଧ୍ୟାପକ ମନୋଜ କୁମାର ଧୀର,ଶିକ୍ଷକ ନେତା ବିଷ୍ଣୁ ଚରଣ ସାହୁ, ରଘୁନାଥ ବେହେରା, ଦେବବ୍ରତ ରାଉତ, ନବଘନ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ରାଉତ, ନିର୍ମଳ ଚନ୍ଦ୍ର ସାମଲ, ଧ୍ରୁବ ଚରଣ ରାଉତ, ଦେବବ୍ରତ ରାଉତ, ସୁଶାନ୍ତ ଜେନା, ରକ୍ତବନ୍ଧୁ ଯାଜପୁର ର ଆବାହକ ସାମ୍ବାଦିକ ବସନ୍ତ କୁମାର ମଲ୍ଲିକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ଧର୍ମେନ୍ଦ୍ର ମଲ୍ଲ ଙ୍କ ଉଦ୍ଦେଶ୍ୟରେ ତାଙ୍କର ସମାଜ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ମଲ୍ଲ ଜଣେ କୃଷକ ନେତା, ପ୍ରକୃତି ପ୍ରେମୀ ଏବଂ ସାମାଜିକ କର୍ମୀ ଭାବରେ ପରିଚିତ ଥିଲେ। ସମାଜସେବୀ କାହ୍ନୁ ଚରଣ ଦାଶ ସଭା ପରିଚାଳନା କରିଥିଲେ।

Related Posts

About The Author

Add Comment