ଯାଜପୁର ସଦର, ୨୧ା୦୧: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ପାଠାଗାର ଶୁଭ ଉଦ୍ଘାଟନ ଉତ୍ସବ ଅବସରରେ ଧର୍ମଶାଳାର କର୍ମବୀର ଯୁବ ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପାଠାଗାରକୁ ଉଦ୍ଘାଟନ କରିଥିଲେ । ବହୁ ଦିନରୁ ଦାବି କରାଯାଉଥିବା ଏଠାରେ ଏକ ପାଠାଗାର ନିର୍ମାଣ କରାଯିବା ଲାଗି ଦାବି କରାଯାଉଥିବା ବେଳେ ଧର୍ମଶାଳାର କର୍ମବୀର ଯୁବ ବିଧାୟକ ପ୍ରଣବ ବଳବନ୍ତରାୟ ଏଠାରେ ପାଠାଗାର ନିର୍ମାଣ କରାଯାଇଥିଲା । ଜାରକା ହାଇସ୍କୁଲ ପରିଶରରେ ଅତ୍ୟଧୁନିକ ପାଠାଗାର କରାଯାଇଥିବାରୁ ଧର୍ମଶାଳା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଚି । ଆମ ପାଠାଗାର କୁ ପ୍ରଣବ ବଳବନ୍ତରାୟ ଉଦ୍ଘାଟନ କରିବା ସହିତ ଏହ ପାଠାଗାରରୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପୁସ୍ତକ ସଗ୍ରହ କରିବା ସହିତ ପିଲାମାନେ ଭଲରେ ପାଠ ପଢ଼ିପାରିବେ ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ବରିଷ୍ଠ ନାଗାରିକ, ବୁଦ୍ଧିଜିବୀ ମାନେ ଏହି ପାଠାଗାରରୁ ପୁସ୍ତକ ସଂଗ୍ରହ କରିବା ସହିତ ପଢ଼ିପାରିବେ ବୋଲି ଯୁବ ବିଧାୟକ ବଳବନ୍ତରାୟ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଧର୍ମଶାଳା ପଂଚାୟତ ସମିତିର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବଳ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯାଇଥିବାରୁ ବିଭିନ୍ନ ମହଲରୁ ଶ୍ରୀଯୁକ୍ତ ବଳବଳବନ୍ତରାୟକୁ ଶୁଭେତ୍ସାର ସୁଅ ଛୁଟୁଥିବା ବେଳେ, ଶ୍ରୀ ବଳବନ୍ତରାୟଙ୍କ ଉଦ୍ୟମରେ ପାଠାଗାର ନିର୍ମାଣ କରାଯାଇଥିବାରୁ ଧର୍ମଶାଳା ମାଟିରୁ ପାଠାଗାର ପରିଚୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଚି । ୫ଟି ଯୋଜନାରେ ପାଠାଗାର ନିର୍ମାଣ କରାଯାଇଥିବା ବେଳେ, ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯାଇଚି । ୩ମହଲା ବିଶିଷ୍ଠ ଏହି ପାଠାଗାରର ତଳ ପ୍ରକୋଷ୍ଠର ସଭାଗୃହ କରାଯାଇଥିବା ବେଳେ, ଦ୍ୱିତୀୟ ମହଲାରେ ପାଠାଗାର ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଚି । ଉପର ମହଲାରେ ବିଭିନ୍ନ ଖେଳ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ, ଜିଲ୍ଲାପରିଷଦ ସଦସ୍ୟ ଜଳଧର ମହାନ୍ତି ଯୋଗଦାନ କରିଥିବା ବେଳେ, ଡ. ପ୍ରିୟନାଥ ମହାପାତ୍ର ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ନରେନ୍ଦ୍ର ଲେଙ୍କା, ଶିକ୍ଷକ ସନ୍ଦିପ ମହାନ୍ତି, ସୁରେନ୍ଦ୍ର ବେହେରା, ଜୟପ୍ରକାଶ ତ୍ରୀପାଠୀ ସୁରେନ୍ଦ୍ର ନାୟକ, ସତ୍ୟବାଦି ସାହୁ, ବିଜୁ ଜନତା ଦଳରେ କର୍ମୀ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଯୋଗଦାନ କରିଥିଲେ ।
ଧର୍ମଶାଳାରେ ୧କୋଟି ଟଙ୍କା ବ୍ୟୟ ଅଟକଳରେ ପାଠାଗାର ଉଦ୍ଘାଟନ
|
January 26, 2024 |



