ଯାଜପୁର,୮ /୨(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ରାଇଚନ୍ଦା ଗ୍ରାମ ପଞ୍ଚାୟତର ଅର୍ଜୁନ ଚରଣ ଓଝାଙ୍କ ପଞ୍ଚମପୁତ୍ର ହେମନ୍ତ କୁମାର ଓଝା ଆଜି ନାସାର ଜଣେ ବୈଜ୍ଞାନିକ ହୋଇପାରିଛନ୍ତି | ଇଚ୍ଛାଥିଲେ ଉପାୟ ବଳେବଳେ ଆସେ ଦୃଢଶକ୍ତିଆଗରେ ସବୁ କିଛିହାର ମାନିଛି | ତାଙ୍କ ବାପା ଜଣେ ପଥରକଟାଳିଭାବେ କାମ କରୁଥିବାବେଳେ ଆଜି ତାଙ୍କ ପୁଅ ନାସାରଜଣେ ବୈଜ୍ଞାନୀକପାଇଁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି |
ଏଭଳିଖବର ପ୍ରସାରିତହେବାପରେ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଶୁବେଛାର ସୁଅ ଛୁଟିଛି ସେ ଆସନ୍ତା ମାର୍ଚ୍ଚ 13ରିଖରେ ସେଠାରେ କାର୍ଯ୍ୟ କରିବାକୁ ଚିଠିଆସିଛି | ସେ କଟକ ରେଭେନସା କଲେଜରେ ସ୍ନାତକୋତର ପଢିବାସହ ମାଡ୍ରାସରେ ପିଏଚେଡି କରୁଥିବା ବେଳେ ସେଠାରୁ ଭାରତ ସରକାରଙ୍କପକ୍ଷରୁ ବିଭିନ୍ନ ପ୍ରୋଜେକ୍ଟ ନେଇ ଅନ୍ୟ ଚାରିଜଣଙ୍କସହ ଆମେରିକାର ଗବେଷଣା କେନ୍ଦ୍ର ନାସାକୁ ପ୍ରଦର୍ଶନ ପାଇଁ ଯାଇଥିଲେ | ଜଳବାୟୁପରିବର୍ତ୍ତନ ପୂର୍ବନୁମାନ ଏବଂ ସ୍ୟାଟେଲାଇଟିର ମେସେଜଉପରେ କରାଯାଇଥିବା ହେମନ୍ତଙ୍କ ପ୍ରକଳ୍ପ ସେଠାରେ ପ୍ରଥମସ୍ଥାନ ଅଧିକାରକରିଥିଲା | ସେଥିପାଇଁ ନାସା କତୃପକ୍ଷ ତାଙ୍କୁ ଜୁନିୟର ବୈଜ୍ଞାନୀକଭାବେ ନିଯୁକ୍ତି କରିବାପାଇଁ ଭାରତୀୟ ଗବେଷଣା ସଂସ୍ଥା ଇସ୍ରୋ ଜରିଆରେ ପତ୍ର ଲେଖିଥିଲେ | ଏଥିନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି |
https://www.youtube.com/watch?v=ydRxXjeP3Js
Report- Manas Rout, Prasanta Samal,