ଧର୍ମଶାଳା: ମିଳୁନାହିଁ ପାଲ, ବଢୁଛି ବାତ୍ୟାରେ ଘରଦ୍ୱାର ବଙ୍ଗିଥିବା ଲୋକଙ୍କ ଦୁଃଖ
ଧର୍ମଶାଳା: ମିଳୁନାହିଁ ପାଲ, ବଢୁଛି ବାତ୍ୟାରେ ଘରଦ୍ୱାର ବଙ୍ଗିଥିବା ଲୋକଙ୍କ ଦୁଃଖ
Manas Kumar Rout |
May 13, 2019 |

ଧର୍ମଶାଳା, ୧୩/୫ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତରେ ଲୋକଙ୍କ ଚାଳଛପର ଘର ଭାଙ୍ଗିଥିବା ବେଳେ ଏଥିନେଇ କେହି ବି ପ୍ରଶାସନିକ ଅଧିକାରୀ ଯାଇ ତଦନ୍ତ କରୁନାହାନ୍ତି । ଫଳରେ ଲୋକେ ନିଜର ଚାଳଛପର ଘର ସଜାଡି ପୁଣି ଘରକୁ ଛାଆଣି କରିଛନ୍ତି । ହେଲେ ଅଦ୍ୟାବଧି ଲୋକେ ପାଲଟିଏ ବି ପାଇନାହାନ୍ତି । ଏଥିପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । କାଁ ଭାଁ କେଉଁଠି ଗାଁ ମାନଙ୍କରେ ଜଣେ ଦୁଇଜଣ ଲୋକ ପାଲ ପାଇଥିବା ବେଳେ ଅନ୍ୟମାନେ ପାଲ ପାଉନାହାନ୍ତି ।
ଗାଁ ଟାଉଟରଙ୍କ ପାଇଁ ସରକାର ବଦନାମ ହେଉଛନ୍ତି ଆସନ୍ତା ୧୫ ତାରିଖରୁ ଘରଭଙ୍ଗା ଓ ଅନ୍ୟାନ୍ୟ କ୍ଷତି ନେଇ ପ୍ରଶାସନିକ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ହେଲେ ଏହା ପୂର୍ବରୁ ଗାଁ ମାନଙ୍କରେ ଟାଉଟରମାନେ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରସ୍ତୁତ କରୁଥିବା ନେଇ ପ୍ରତ୍ୟେକ ଗାଁରେ ବୁଲୁଛନ୍ତି । କ୍ଷୟକ୍ଷତି ନେଇ ଏମାନଙ୍କ ରିପୋର୍ଟ ଚୁଡାନ୍ତ ବୋଲି ଲୋକଙ୍କ ନିକଟରେ ବିଶ୍ୱାସ ଜନ୍ମାଇ ବ୍ୟାପକ ଠକେଇ ଚଲାଇଛନ୍ତି । ଏ କ୍ଷେତ୍ରରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଏବଂ ପଂଚାୟତ ନିର୍ବାହୀ ମାନଙ୍କର ମଧ୍ୟ ଭୂମିକା ରହିଛି । ଏପରିକି ଗାଁ ମାନଙ୍କରେ ବାତ୍ୟା କ୍ଷତି ପୂରଣ ପ୍ରଦାନ ନେଇ ମଧ୍ୟ ଭାଙ୍ଗିଥିବା ଘରର ଫଟୋ ମଧ୍ୟ ଉଠାଉଛନ୍ତି । ତେବେ ଏଭଳି କାର୍ଯ୍ୟ ପାଇଁ ଗାଁ ଗଣ୍ଡାରେ ସରକାର ଏବଂ ସରକାରୀ କଳ ବଦନାମ ହେଉଛନ୍ତି ।

Related Posts
About The Author