ଧର୍ମଶାଳା, ୧୬/୮ (ସନ୍ଧନ ନିଉଜ) : ଧର୍ମଶାଳା ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୩ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଧର୍ମଶାଳା ବ୍ଳକଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଧର୍ମଶାଳା ତହସିଲ ଠାରେ ତହସିଲଦାର ପ୍ରଭାସ କୁମାର ବେହୁରା, ଧର୍ମଶାଳା ଥାନା ପରିସରରେ ଥାନା ଅଧିକାରୀ ସରୋଜ କୁମାର ସାହୁ, ଧର୍ମଶାଳା ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ନମିତା ମହାନ୍ତି, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଅଧିକାରୀ ଡାକ୍ତର ମାନସ ରଂଜନ ସ୍ୱାଇଁ, ଧର୍ମଶାଳା କଲେଜ ଠାରେ ଅଧ୍ୟକ୍ଷ ଡ. ସୁଭ୍ରାଂଶୁ କୁମାର ପଟ୍ଟନାୟକ, ଜାରକା ଜଳସେଚନ ଡିଭିଜନ୍ ଠାରେ ନିର୍ବାହୀ ଯନ୍ତ୍ରୀ ବାମା ପ୍ରସାଦ ବିଶ୍ୱାଳ, ଯାଜପୁର ଗ୍ରାମ୍ୟଉନ୍ନୟନ ଡିଭିଜନ୍ -୨ର ନିର୍ବାହୀ ଯନ୍ତ୍ରୀ, ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ସେହିପରି ଶ୍ୟାମ ସୁନ୍ଦର ମହିଳା ବିକାଶ କେନ୍ଦ୍ର ଓ ନବୀନ କନ୍ୟା ଅନୁଷ୍ଠାନ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ପୂର୍ବତନ ବିଧାୟକ ରବିଲାବଣ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଧର୍ମଶାଳା ପ୍ରେସକ୍ଳବ ଠାରେ ଉପଦେଷ୍ଠା ବଟକୃଷ୍ଣ ପରିଡା, ବିଜେଡି କାର୍ଯ୍ୟାଳୟଠାରେ ବ୍ଲକ ସଭାପତି ନିରଞ୍ଜନ ବଳ, କଂଗ୍ରେସ କାର୍ଯ୍ୟାଳୟଠାରେ ସଭାପତି ରାଜକିଶୋର ନାୟକ, ବିଜେପି କାର୍ଯ୍ୟାଳୟଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡା, ଗୋପବନ୍ଧୁ ଛକଠାରେ ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ଡା,ଯାଜପୁର ଜିଲା କ୍ରସର ମାଲିକ ସଂଘ କାର୍ଯ୍ୟାଳୟ ଆରୁହାଠାରେ ସଭାପତି ଚନ୍ଦନ ନାୟକ, ଜାରକା ପୂଜା କମିଟିଠାରେ ଇନ୍ଦ୍ରମଣି ନାୟକ,ଧର୍ମଶାଳା କ୍ଳବଠାରେ ବିଜୟ କୁମାର ରାୟ,ରୋଟାରୀ କ୍ଲବ ଠାରେ ସଭାପତି ପ୍ରଦୀପ୍ତ କୁମାର ବରାଳ ପତାକା ଉତ୍ତୋଳନ କରିଥିଲେ । ଜାରକା ହାଇସ୍କୁଲ , ଜାରକା ମି.ଇ ସ୍କୁଲ, ଜାରକା ଉ.ପ୍ରା ସ୍କୁଲ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ପତିତପାବନ ହାଇସ୍କୁଲ, ଜାରକା ସ୍ଥିତ ବିବେକାନନ୍ଦ ଶିକ୍ଷା ନିକେତନ, ଚିଲ୍ଡ୍ରେନ୍ ପାରାଡାଇଜ୍, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଆଚାର୍ଯ୍ୟମାନେ ଗଙ୍ଗାଧରପୁର ସ୍ଥିତ ଶିଶୁ ବିଦ୍ୟାମନ୍ଦିରଠାରେ ସଂପାଦକ ଦେବପ୍ରସାଦ ରାୟ ପତାକା ଉତ୍ତୋଳନ କରିଥିଲେ ।
ଧର୍ମଶାଳା ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
|
August 16, 2019 |
