ଧର୍ମଶାଳା ବିଜେଡିର ବିଭିନ୍ନ ପଂଚାୟତ ଜନ ସଂପର୍କ ପଦଯାତ୍ରା

Spread the love

ଧର୍ମଶାଳା, ୧୨/୧୦ (ସନ୍ଧାନ ନିଉଜ) :  ଧର୍ମଶାଳା ବିଜେଡିର ଆଜି ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ବହୁ ଜନହିତକର ଯୋଜନା ସଂପର୍କରେ ଅବଗତ କରାଇବା ସହ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଦଯାତ୍ରା ଆରୁହା, ପାଖର, କରଞ୍ଜିଆ, ଥାନୁଆଳ, ଗଙ୍ଗାଧରପୁର, କୁମାରୀ, ନେଉଳପୁର, କ୍ଷେତ୍ରପାଳ, ଓ ହରିଦାସପୁର ପଂଚାୟତ ପରିକ୍ରମା କରିଥିଲେ । ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଜିଲ୍ଲାସଂପାଦକ ଡ. ପ୍ରିୟନାଥ ମହାପାତ୍ର ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ, ବ୍ଲକ୍ ସଭାପତି ନିରଞ୍ଜନ ବଳ, ବ୍ଲକ୍ ଯୁବ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତ, ମହିଳା ସଭାନେତ୍ରୀ ରେଣୁବାଳା ଶତପଥି ବିଜେଡି ନେତା ଇନ୍ଦ୍ରମଣି ନାୟକ , ପୂର୍ଣ୍ଣଚନ୍ଦ୍ର ଶତପଥି , କଳ୍ପତରୁ ସାହୁ , ବିଜୟ କୁମାର ବରାଳ, ଦୁଃଶାସନ ଜେନା ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ବିଜେଡି ନେତ୍ରୀ ରାଜଶ୍ରୀ ଦାଶ , ଝୁନୁବାଳା ଦାସ, ଯୁବନେତା ପ୍ରତାପ କୁମାର ପ୍ରଧାନଙ୍କ ସମେତ ୧୩ ନଂ ଜୋନ୍ର ସରପଂଚ, ସମିତି ସଭ୍ୟ ଓ ବହୁ ଛାମୁଆ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇଥିଲେ ।

Related Posts

About The Author

Add Comment