ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରସୁଲପୁର ରେ ଜନସମ୍ପର୍କ ପଦଯାତ୍ରା

Spread the love

ଯାଜପୁର ,ସନ୍ଧାନ ନ୍ୟୁଜ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ ତାରିଖରୁ ହେଉଥିବା ଜନ ସମ୍ପର୍କ ପଦଯାତ୍ରା ଧର୍ମଶାଳାର ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ନେତୃତ୍ୱରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରସୁଲପୁର ର ବାରବାଟୀ ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ ହୋଇ ସିଂହାପୁର ଓ କଲଣ ଗ୍ରାମ ପଞ୍ଚାୟତ ଠାରେ ଶେଷ ହୋଇଥିଲା । ଏହି ବିଶାଳ ଜନସମ୍ପର୍କ ପଦଯାତ୍ରା ସକାଳ ୮ଘଟିକା ସମୟରେ ଆରମ୍ଭ ହୋଇ ୧୧ ଘଟିକାରେ ଶେଷ ହୋଇଥିଲା । ଏହି ପଦଯାତ୍ରା ପାଖାପାଖି ୭ କିଲୋମିଟର ପର୍ଯ୍ୟନ୍ତ ବିଧାୟକଙ୍କ ସାଙ୍ଗରେ ୫ ହଜାର ରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇ ଚାଲି ଚାଲି ଜାଇଥିଲେ । ଗାଁରେ ଚାଲିବା ସମୟରେ ଲୋକ ମାନଙ୍କର ସୁବିଧା ଅସୁବିଧା ମାନ୍ୟବର ବିଧାୟକ ପଚାରି ବୁଝିଥିଲେ । ବିଧାୟକଙ୍କୁ ବହୁ ସ୍ଥାନରେ ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ କରିଥିଲେ । ଏହି ଜନସମ୍ପର୍କ ପଦଯାତ୍ରାରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଛାମୁଆ ସଂଗଠକ ଓ କର୍ମୀମାନେ ଏଥିରେ ସାମିଲ ହୋଇ ପଦଯାତ୍ରାକୁ ସଫଳ କରାଇଥିଲେ ।

Related Posts

About The Author

Add Comment