ଧର୍ମଶାଳା: ଗୋଖାଦ୍ୟ ରିଲିଫ ଯୋଗାଣରେ ବ୍ୟାପକ ହରିଲୁଟ

Spread the love

ଧର୍ମଶାଳା, ୧୩/୫ (ସନ୍ଧାନ ନିୟୁଜ) ବାତ୍ୟା ଫନୀ ପରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଥିବା ଗାଁ ଗୁଡିକରେ ଥିବା ଗୋ ସମ୍ପଦ ପାଇଁ ଆସିଥିବା ଗୋଖାଦ୍ୟ ରିଲିଫ ଯୋଗାଣରେ ବ୍ୟାପକ ହେରଫେର କରାଯାଉଛି । ଅଦ୍ୟାବଧି ୯୫ ଭାଗ ଗାଁରେ ଗୋଖାଦ୍ୟ ଦିଆଯାଇ ନଥିବା ବେଳେ କାଗଜପତ୍ରରେ ଗୋଖାଦ୍ୟ ଯୋଗାଇ ଦିଆଯାଉ ଥିବାର ଦର୍ଶାଯାଇଛି । ଧର୍ମଶାଳା ବ୍ଲକର ଜେନାପୁର ପଂଚାୟତର ବ୍ରହ୍ମପୁର ଗାଁରେ ସୋମବାର ୱାର୍ଡସଭ୍ୟ ଗୋଖାଦ୍ୟ ବସ୍ତା ଧରି ବସିଥିଲେ ମଧ୍ୟ ଲୋକେ ଏହି ଗୋଖାଦ୍ୟ ନେଉ ନାହାନ୍ତି । ଏଠାକୁ ଆସିଥିବା ୪୫ କେଜି ଗୋଖାଦ୍ୟକୁ ୧୦୦ ଘର ଗୋପାଳକଙ୍କ ୫୦୦ ଗୋରୁଙ୍କୁ ବାଣ୍ଟିବା ପାଇଁ କୁହାଯାଇଥିଲା । ଫଳରେ ମୁଠାଏ ଲେଖା ଗୋଖାଦ୍ୟ ନେବାକୁ ଲୋକେ ଆଗ୍ରହ ଦେଖାଉ ନଥିବା ବେଳେ ଏଭଳି ରିଲିଫ ପାଇଁ ଉଭୟ ସରକାର ଏବଂ ସରକାରୀ କଳ ସାଧାରଣରେ ଲୋକହସା ହେଉଛନ୍ତି ।

Related Posts

About The Author

Add Comment