ଧର୍ମଶାଳା ୧୩/୦୯ (ସନ୍ଧାନ ନିୟୁଜ/ମାନସ ରାଉତ) ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଗେଙ୍ଗୁଟି ନଦୀର ଠେସା ପାଣି ଆସିବାରୁ ଧର୍ମଶାଳା ବ୍ଲକ୍ ଅଂଚଳର ଅଧିକାଂଶ ଖାଲୁଆ ଚାଷଜମି ଜଳାର୍ଣ୍ଣବ ହୋଇପଡିଛି । ଏଥିରେ ଚାଷ ହୋଇଥିବା ବିଭିନ୍ନ ପନିପରିବା ଫସଲଠାରୁ ଆରମ୍ଭ କରି ଧାନଗଛ ପାଣିରେ ବୁଡି ରହିଛି । ତୁରନ୍ତ ପାଣି ନିଷ୍କାସନ ନହେଲେ ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ଗତ ସୋମବାରଠାରୁ ଲଗାଣ ବର୍ଷା ଲାଗି ରହିଥିବାରୁ ଘରୁ ବାହାରିବା ସମ୍ଭବପର ହେଉନି । ପୋଟଳ, କଲରା, ଭେଣ୍ଡି, ଜହ୍ନି, ବାଇଗଣ, ଝୁଡଙ୍ଗ, କାକୁଡି ଆଦି ଚାଷ ହୋଇଥିବା ଜମିରେ ଅଧିକ ଦିନ ବର୍ଷାଜଳ ବୁଡି ରହିଲେ ଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ପଟୁଣିଆ, କଂଟିଗଡିଆ, କ୍ଷେତ୍ରପାଳ, ମିର୍ଜାପୁର, ପାଟପୁର, କୋତପୁର ଆଦି ପଂଚାୟତରେ ଶତାଧିକ ଏକର ଧାନଚାଷ ପ୍ରଭାବିତ ହୋଇଛି । ହୋଇ ଯାଇଥିବାରୁ ନର୍ଦ୍ଦମା ଆବର୍ଜନା ପାଣି ରାସ୍ତା ଉପରେ ଜମିରହି ଦୁର୍ଗନ୍ଧ ହେଉଛି । ବାରମ୍ବାର ସ୍ଥାନୀୟ ଅଂଚଳର ଜନସାଧାରଣ ଡ୍ରେନେଜ୍ ବିଭାଗ, ଏନ୍ଏଚ୍ଏଆଇ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଏହାର ସମାଧାନ ପାଇଁ କୈାଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନି । ବର୍ଷା ଲାଗି ରହିଲେ ଜାରକା ବଡବଜାର, ଲକ୍ଷ୍ମୀବଜାର, ଶୈଳଶ୍ରୀ ବିହାର, ରାଜୀବ ବିହାର, କୁମାରୀ ଆଦି ସ୍ଥାନ ଗୁଡିକରେ ପାଣି ଜମି ରହିବା ସହିତ ଅନେକଙ୍କ ଘରେ ବର୍ଷାଜଳ ପଶିଯାଉଛି । ହେଲେ ଜାରକାରେ ପ୍ଲାଏ ଓଭରବ୍ରିଜ୍ ଓ ନୂଆ ଡ୍ରେନ୍ ନିର୍ମାଣ ହେଲେ ଏହି ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଛି । ସେହିପରି ଜବରଦଖଲ ହଟାଇବା ପରେ ପ୍ରଶସ୍ତ ଡ୍ରେନ୍ ନିର୍ମାଣ କରାନଗଲେ ଉଦ୍ବୃତ ବର୍ଷାଜଳ ନିଷ୍କାସନ ହୋଇପାରିବ ନାହିଁ । ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ସଚେତନ ନହେଲେ ଆଗାମୀ ଦିନରେ ଅଂଚଳବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଦଳିତ ସଂଘ ସଭାପତି ହରିହର ମଲ୍ଲିକ ଚେତାବନୀ ଦେଇଛନ୍ତି ।
ଧର୍ମଶାଳା: ଖାଲୁଆ ଅଂଚଳ ଚାଷଜମି ଜଳାର୍ଣ୍ଣବ
|
September 13, 2019 |
