ଦେବଗଡ,(ସନ୍ଧାନ ନିଉଜ) : ରାଜ୍ୟରେ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧରେ ଲାଗୁନି ବ୍ରେକ୍ । ପ୍ରତିଦିନ ଏଠି ମହିଳା ମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଆମ ଧ୍ୟ ସମାନ ଭାବରେ ଦେବଗଡ଼ ଜିଲ୍ଲାରେ ଏଭଳ ଲଜ୍ଜ୍ୟାକର ଘଟଣା ଘଟିଛି ।
ସୂଚନା ଅନୂସାରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବରରେ ଟ୍ୟୁସନ୍ ରୁ ଘରକୁ ଫେରୁଥିବା ବେଳେ ଜଣେ ନାବାଳିକା କୁ ଟେକି ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ପ୍ରତିଦିନ ସେହି ରାସ୍ତାରେ ନାବାଳିକା ଜଣଙ୍କ ଟ୍ୟୁସନ୍ ରୁ ଘରକୁ ଫେରୁଥିବା ବେଳେ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସମ୍ପୃକ୍ତ ଅଞ୍ଚଳର ଦୁଇ ଜଣ ଯୁବକ ।
ଗତ କାଲି ମଧ୍ୟ ସମାନ ଭାବରେ ନାବାଳିକ ଜଣଙ୍କ ଘରକୁ ଫେରୁଥିବା ବେଳେ ଚିନ୍ମୟ ଓ ଶୁଭମ୍ ନାମକ ଦୁଇ ଯୁବକ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ।
ଏନେଇ ପୀଡିତା ଘରେ ଜଣାଇବା ପରେ ପରିବାର ଲୋକଙ୍କ ପକ୍ଷରୁ ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ଗୁରୁତର ସହ ନେଇ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିବା ଜଣାପଡିଛି ।