ଦୃଘଟଣା ପରେ ଜଳିଗଲା ବାଇକ, ଜଣେ ମୃତ ଜଣେ ଗୁରୁତର
ଦୃଘଟଣା ପରେ ଜଳିଗଲା ବାଇକ, ଜଣେ ମୃତ ଜଣେ ଗୁରୁତର
Sandhan News |
June 23, 2019 |

ଯାଜପର/ଜେନାପୁର (ସନ୍ଧାନ ନିୟୁଜ) ଆଜି ସଂଧ୍ୟା ସମୟରେ ଚଣ୍ଡିଖୋଲ ଡୁବୁରି ଜାତୀୟ
ରାଜପଥ ବାଲିସାହି ନିକଟରେ ଗୋଟିଏ ବାଇକ ଗୋଟିଏ ଟିପର ଗାଡି ସହିତ ଧକ୍କା ହୋଇ ଜଳିଯିବା ସହିତ ଏଥିରେ ଯାଉଥିବା ଦୁଇଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଶୋଚନୀୟ ମୃତୁ୍ୟ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ମଳିଥିବା ଖବର ମୁତାବକ ଡୁବୁରୀରୁ କାମ ସାରି ଧର୍ମଶାଳା ବ୍ଲକ ଜେନାପୁର ଥନା ବାଲିସାହି ନିକଟସ୍ଥ ଚାରିଘରିଆ ଗ୍ରାମର ଚନ୍ଦ୍ରମଣୀ ସରଦାରଙ୍କ ପୁଅ ଜଳେନ୍ଦ୍ର ସରଦାର (୫୪) ଏବଂ ପବି ସରଦାରଙ୍କ ପୁଅ ଗଣେଷ ସରଦାର(୧୯) ସରଦାର ଫେରୁଥିବା ସମୟରେ ଏକ ଟିପର ଗଡି ସହିତ ବାଇକ ଧକ୍କା ଲାଗିଥିଲା । ଫଳରେ ବାଇକଟିକୁ କିଛି ବାଟ ଘୋଷାରି ନେଇଯିବା ଫଳରେ ଗାଡିଟିରେ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଗାଡିର ଦୁଇଜଣ ଯାତ୍ରୀ ଗୁରୁତର ହୋଇପଡିଥିଲେ । ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିବା ବେଳେ ଜଳେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ଗଣେଷଙ୍କୁ କଟକ ବଡ ମେଡଇକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଚଢେଇଧରା ପାଣ୍ଡି ପୋଲିସ ପଂହଚିଥିବା ବେଳେ ଧର୍ମଶାଳା ଅଗ୍ନିଶମ ବହାନୀ ଜଳୁଥିବା ଗାଡିରୁ ନିଆଁ ଲିଭାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏହି ରାସ୍ତାଟି ବିଭିନ୍ନ ସ୍ଥାନରେ ଖାଲଖମା ରହିଥିବା ବେଳେ ବଡଗାଡିଗୁଡିକ ଦୃତ ଗତିରେ ଗାଡି ଚଳାଉଥିବାରୁ ବହୁ ସମୟରେ ଦୃଘଟଣାରେ ଅନେକ ଜୀବନ ଯାଉଛି । ଦୀର୍ଘଦିନରୁ ରସ୍ତାକୁ ଚାରିଥାକିଆ କାର୍ଯ୍ୟ ମଧ୍ୟ ସରୁନାହିଁ । ଏପରିସ୍ଥଳେ ପୁଣି ଜନସାଧରଣ ଆନେ୍ଦାଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।
ଖବର ପ୍ରଥମେ ସନ୍ଧାନ ନିଉଜରେ
Report- Manas Rout and Prasanta Samal
Related Posts
About The Author