ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଉପଲକ୍ଷେ ସୈାହର୍ଦ୍ଦ୍ୟପୂର୍ଣ୍ଣ ପୁଂଟବଲ୍ ମ୍ୟାଚ ଅନୁଷ୍ଠିତ

Spread the love

ଯାଜପୁର, ତା ୦୧ା୧୧ା,ସନ୍ଧାନ ନ୍ୟୁଜ : ଗତ ଅକ୍ଟୋବର ୩୦ ତାରିଖ ରୁ ଚଳିତ ନଭେମ୍ୱର ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଳ୍‌ାରେ ବିଭିନ୍ନ କୋଣ ଅନୁକୋଣରେ ଦୁର୍ନୀତି ନିବାରଣ ସଚେତନତାକୁ ବ୍ୟାପକ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ସଂଗଠିତ ଓ ଆୟୋଜନ କରାଯାଊଅଚ୍ଥି । ଏହି ଉପଲକ୍ଷେ କଳିଙ୍ଗ ନଗର ପୁଂଟବଲ୍ ଟିମ୍ ଏବଂ ରାୟନଳା ପୁଂଟବଲ୍ ଟିମ ଦ୍ୱୟଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପୁଂଟବଲ୍ ମ୍ୟାଚ୍ ମଧୁବନ ବିର୍ଶାମୁଣ୍ଡା ଖେଳ ପଡିଆ, ଗୋବରଘାଟି ଡୁବୁରୀ ଠାରେ ଜିଲ୍ଳ୍‌ା ଦୁର୍ନୀତି ନିବାରଣ ବିଭାଗ, ଉପ-ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ସୁସିଲ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ତୁଣମୂଳ ସ୍ତରରୁ ଦୁର୍ନୀତି ବିଲୋପ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ସେହିପରି ଜିଲ୍ଳ୍‌ା ଦୁର୍ନୀତି ନିବାରଣ ବିଭାଗ, ଉପ-ଆରକ୍ଷୀ
ଅଧିକ୍ଷକ, ଯାଜପୁର ଶ୍ରୀ ସୁସିଲ ଏକ୍କା, ସମ୍ମାନିତ ଅତିଥି ଜିଲ୍ଳ୍‌ା କ୍ରୀଡା ଅଧିକାରୀ ଶ୍ରୀ ପଂକୀର ମୋହନ ଟୁଡୁ, ଭିଜିଲାନ୍ସ ଇନିସ୍ଟେକ୍ଟର ଶ୍ରୀମତୀ ସୁଲୋଚନା ନାୟକ ଯୋଗଦେଇ ଆଖପାଖ ୧୦୦ ଗୋଟି ଗ୍ରାମରୁ ଖେଳ ଦେଖିବାକୁ ଆସିଥିବା ଜନ ସମାବେଶକୁ ଦୁର୍ନୀତିର ବିରେଧ କରିବା ପାଇଁ ପ୍ରବର୍ତ୍ତାଇବା ସହ ଦୁର୍ନୀତିକୁ ହଟାଇବା ଦିଗରେ ବିଭାଗକୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଶେଷରେ ଦୁଇଗୋଟି ପୁଂଟବଲ୍ ମ୍ୟାଚ ଦଳଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଟ୍ରପିଂ ପ୍ରଦାନ କରିଥିଲେ ।

Related Posts

About The Author

Add Comment