ନୟାଗଡ, ୧୧/୦୧/୨୦୧୯ (ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ) : ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ ଏକ କାର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ଗୋଟିଏ ପରିବାରର ଏବଂ ଡ୍ରାଇଭର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଗତକାଲି ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ । ଫେରିବା ସମୟରେ କାରଟି ଦୁର୍ଘଟଣା ଗ୍ରସ୍ତ ହେବାରୁ, ସେଥିରେ ଥିବା ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧), ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି । ଘଟଣାର ରହସ୍ୟ ନେଇ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି
ତାଜା ଖବର
- ବରୀ ଲୋକ କଳା ମହୋତ୍ସଵ ରେ ସାମ୍ବାଦିକ ସୁରେଶ କର ସମ୍ମାନିତ
- ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶାର ପ୍ରତିଷ୍ଠା ଦିବସ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
- ବ୍ରାହ୍ମଣୀ ନଦୀରେ ପୁଅ ବୁଡ଼ି ଯିବାରୁ ୨୬ଜଣଙ୍କ ନାମରେ ମାମଲା ରୁଜୁ
- ଅରଙ୍ଗାବାଦ ପଂଚାୟତରେ ୯ଗୋଟି ୱାର୍ଡ଼ ସଭ୍ୟଙ୍କ ସଭ୍ୟପଦ ରଦ୍ଦ କଲେ ଜିଲ୍ଲାପାଳ
- ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସିଡିଏମ ଚଢ଼ାଉ କଲେ
- ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
- ଖତ ଖାଉଛି ସାମୁଦାୟିକ ଶୌଚାଳୟ,ଜିଲ୍ଲାପରିଷଦ ପାଣ୍ଠିର ଅପବ୍ୟବହାର
- ସବଡେଗା କୃଷି ଉଦ୍ୟାନ ଅଫିସ୍ ପାଲଟିଛି ସରିଶୃପଙ୍କ ପୃଷ୍ଠ ଭୂମି
- ଜାଣନ୍ତୁ ଘରେ କେଉଁ ବସ୍ତୁ ରଖିଲେ ମିଳିବ ବାସ୍ତୁ ଦୋଷରୁ ମୁକ୍ତି ; ଜୀବନରେ ହେବ ଧନର ବର୍ଷା
- ସକାଳୁ ଉଷୁମ ପାଣି ପିଇବା ଦ୍ୱାରା କଣ ହୋଇଥାଏ ; ଆସନ୍ତୁ ଜାଣିବା…



