ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ

Spread the love

ଧର୍ମଗଡ଼ ୧୪ /୩ (ସନ୍ଧାନ ନିୟୁଜ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ତିନିଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଆଦିତ୍ୟ ପାତ୍ର ବୋଲି କୁହାଯାଉଛି । ତାଙ୍କ ଘର ଛତିଶଗଡ଼ରେ। ଆହତ ୨ଜଣଙ୍କ ଘର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଦିତ୍ୟ ଧର୍ମଗଡ଼କୁ କିଛି କାମ ପାଇଁ ବାଇକ୍‌ ଆସିଥିଲେ। ସେ କାମ ସାରି ଛତିଶଗଡ଼କୁ ଫେରୁଥିବା ବେଳେ ତିନିଛକ ନିକଟରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ୍‌ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।  ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ଆହତଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Share and Subscribe

Related Posts

About The Author

Add Comment