ଦୁଇ ଥର ଗ୍ରାମସଭା ବାତିଲ, ପ୍ରଶାସନର ମାରଣା ନୀତିକୁ ଲୋକଙ୍କ ଘୋର ବିରୋଧ

Spread the love

ସୁନ୍ଦରଗଡ ତା:୧୯/୧୧/୨୦୨୫(ସନ୍ଧାନ ନ୍ୟୁଜ)ବିଗତ ଅନେକ ସମୟ ଧରି ଆଳୁଡେଗା ଓ ବରୋବଗା ରେ ହୋଇଥିବା ଗ୍ରାମ ସଭାକୁ ଅବୈଧ କୁହାଯାଉଥିବା ବେଳେ ପ୍ରଶାସନ ଚକ୍ରାନ୍ତ ଚଲାଉଥିବା ସୂତ୍ରରୁ ଜଣାପଡିଛି ।ଆଜି ଦର୍ଲିପାଲି ରେ ଗ୍ରାମସଭା ହୋଇଥିବା ବେଳେ ଅଧ ଘଣ୍ଟା ରେ ତାହା ସାଙ୍ଗ ହେବା ଦେଖିବାକୁ ମିଳିଥିଲା ।ତା ସହିତ ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ହେବା ଏହି ଗ୍ରାମ ସଭା ବାତିଲ ହେବାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣାପଡିଛି ।ସୂଚନା ଅନୁସାରେ ଅବୈଧରେ ଲୋକଙ୍କ ଠାରୁ ଦସ୍ତଖତ ନେଇ  ଏହି କାର୍ଯ୍ୟକୁ ମଞ୍ଜୁରୀ ଦେବାର କୂଟନୀତି ପ୍ରୟାସ ପ୍ରଶାସନ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ କାର୍ଯ୍ୟକୁ ଭିତ୍ତି କରି ପ୍ରତ୍ୟେକ ସୁବିଧା ଅସୁବିଧା ଉପରେ ତର୍ଜମା କରିବା ସହିତ ତାର ସମାଧାନର ବାଟ ବାହାର କରିବା । ହେଲେ ସେପରି କିଛି ନ ହୋଇ ଅଞ୍ଚଳବାସୀ ଙ୍କୁ  ପଥଭ୍ରାନ୍ତ କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ଅଞ୍ଚଳବାସୀ ତାଙ୍କ ଅଧିକାର ପାଇବାକୁ ଆଉ କେତେ ସମୟ ।

 

Related Posts

About The Author

Add Comment