ଦୁଇ ଦଳିତ ପରିବାର ମଧ୍ୟରେ ଘରପାଣିକୁ କେନ୍ଦ୍ରକରି ୧୦ ଆହତ

Spread the love

ଯାଜପୁର ସଦର, ୨୩ା୦୪(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ଦୁଇ ଦଳିତ ପରିବାର ମଧ୍ୟରେ ଛାତପାଣିକୁ କେନ୍ଦ୍ରକରି ସଂଘର୍ଷ ଘଟିବାରୁ ୧୦ ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମବରଦା ଫାଣ୍ଡି ନିକଟସ୍ଥ ଛେନାଘିଆ ପାଟଣା ଗ୍ରାମର ଦୁଇ ଦଳିତ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଲାଗିରହିଥିବା ବେଳେ, ଉଭୟ ପରିବାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତକାଲି ଘୃର୍ଣ୍ଣି ଝଡ଼ ବର୍ଷା ହେବାରୁ ଛାତପାଣି ଅନ୍ୟଜଣଙ୍କ ଛାତରେ ପଡ଼ୁଥିବା ବେଳେ, ଏହି ପାଣିକୁ ନେଇ ଉଭୟଙ୍କ ପରିବାରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ହାଡ଼ିବନ୍ଧୁ ସେଠୀ ଏବଂ ମହେଶ୍ୱର ସେଠୀଙ୍କ ପରିବାରଙ୍କ ମଧ୍ୟରେ ଦିର୍ଘଦିନ ହେଲା ଜମିବାଡ଼ିକୁ କେନ୍ଦ୍ରକରି ବିବାଦ ଲାଗିରହିଥିଲା । ଏହି ବିବାଦ ଘଟଣାକୁ ନେଇ ସ୍ଥାନୀୟ ଭଦ୍ରଲୋକମାନଙ୍କୁ ଡାକିଥିଲେ । ଗତ ଗୁରୁବାର ସଂଧ୍ୟାରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଛାତପାଣିକୁ କେନ୍ଦ୍ରକରି ମହେଶ୍ୱରଙ୍କ ଛାତପାଣି ହାଡ଼ିବନ୍ଧୁଙ୍କ ଛାତ ଉପରେ ପଡ଼ୁଥିବାରୁ ଏହି ଦଳିତ ପରିବାର ମହିଳାଙ୍କ ମଧ୍ୟରେ ପାଣିକୁ କେନ୍ଦ୍ରକରି ବଚସା ହୋଇଥିଲା । ଭଦ୍ରଲୋକମାନେ ଉଭୟ ପରିବାର ମଧ୍ୟରେ ନିସାପ କରାଯିବା ପାଇଁ କହିଥିଲେ । ସଂଧ୍ୟ୍ୟାରେ ନିସାପ ବସିଥିଲା ବେଳେ ମହେଶ୍ୱର ପରିବାର ଏବଂ ହାଡ଼ିବନ୍ଧୁଙ୍କ ପରିବାର ମଧ୍ୟରେ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା । ଉଭୟ ପରିବାରଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଗଣ୍ଡଗୋଳରେ ୧୦ ଜଣ ଆହତ ହୋଇଥିବା ବେଳେ, ରିପୋର୍ଟ ଲେଖା ହେବା ବେଳକୁ ହାଡ଼ିବନ୍ଧୁ ଏବଂ ତାଙ୍କ ପରବାରର ରମେଶ, ବିଦ୍ୟାଧର ଏବଂ ପ୍ରକାଶ ଆହତ ହୋଇଥିଲେ । ସେହିପରି ମହେଶ୍ୱରଙ୍କ ପରିବାରଙ୍କ ପକ୍ଷରୁ ଗଣେଶ୍ୱର, ମହେଶ୍ୱର, କାଳନ୍ଦି, କୁନୁ ଏବଂ ବଳରାମ ସେଠୀ ୬ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଗ୍ରାମବାସୀମାନେ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ଅମର ଏବଂ ବଳରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଚି । ଖବର ପାଇ ବ୍ରହ୍ମବରଦା ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରୁଥିବା ବେଳେ, ରିପୋର୍ଟ ଲେଖା ହେଲା ବେଳକୁ ଉଭୟ ପରିବାରଙ୍କ ମଧ୍ୟରୁ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଚି ।

Related Posts

About The Author

Add Comment