ଦିଲ୍ଲୀରେ ଦୀପାବଳୀ ଦିନ ରାତି ୧୦ଟାରେ ବନ୍ଦ ହେବ ମେଟ୍ରୋ ସେବା

Spread the love

ନୂଆଦିଲ୍ଲୀ, ୨୫/୧୦ (ସନ୍ଧାନ ନିଉଜ) : ନୂଆଦିଲ୍ଲୀରେ ଦୀପାବଳୀ ଦିନ ମେଟ୍ରୋ ଟ୍ରେନରେ ଯାତ୍ରା କରିବାକୁ ଥିବା ଲୋକଙ୍କ ପାଇଁ ଶୁକ୍ରବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ମେଟ୍ରୋ ନିଗମ ଦିପାବଳୀ ଦିନ ମେଟ୍ରୋ ଟ୍ରେନର ଯାତ୍ରା ସମୟରେ ପରିବର୍ତ୍ତନ କରିଛି। ଏହି ଦିନ ମେଟ୍ରୋ ଟ୍ରେନ ଚଳାଚଳର ଶେଷ ସମୟ ରାତି ୧୧ଟା ପରିବର୍ତ୍ତେ ଏକ ଘଣ୍ଟା କମ କରି ୧୦ଟା ପର୍ଯ୍ୟନ୍ତ ରଖାଯାଇଛି। ମେଟ୍ରୋର ଏହି ସଂସୋଧିତ ସମୟ ସାରଣୀ ଦିଲ୍ଲୀର ସମସ୍ତ ରୁଟ ପାଇଁ ଲାଗୁ କରାଯାଇଛି।
ଏୟାରପୋର୍ଟ ଏକ୍ସପ୍ରେସ ଲାଇନ ସମେତ ଶହୀଦ ସ୍ଥଳ, ନ୍ୟୁ ବସ୍ ଆଡ୍ଡା, ରିଠାଲା, ସମୟପୁର ବାଦଲୀ, ହୁଡା ସିଟି ସେଣ୍ଟର, ନୋଏଡା ଇଲେକ୍ଟ୍ରାନିକ ସିଟି, ଦ୍ବାରକା ସେକ୍ଟର-୨୧, ବୈଶାଳୀ, କିର୍ତ୍ତି ନଗର, ଇନ୍ଦ୍ରଲୋକ ମୁଣ୍ଡକା, କାଶ୍ମିର ଗେଟ, ରାଜା ନାହାର ସିଂହ, ମଜଲିସ ପାର୍କ, ଶିବ ବିହାର, ବୋଟାନିକାଲ ଗାର୍ଡେନ, ଜନକପୁରୀ(ପଶ୍ଚିମ), ନୂଆଦିଲ୍ଲୀ, ଦ୍ବାରକା ସେକ୍ଟର-୨୧ ମେଟ୍ରୋ ଷ୍ଟେସନ ପାଇଁ ସମୟରେ ପରିବର୍ତ୍ତନ କରାଯାଇଛି।

Related Posts

About The Author

Add Comment