ବାରିପଦା ୧୧/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ପରିବାରର ଲୋକମାନଙ୍କୁ ଦିନକ ଦୁଇଓଳି ଭଲରେ ଖାଇବା ଓ ପିନ୍ଧିବା ଓ ସୁଖରେ ଚଳାଇବା ନିଷ୍ପତ୍ତି ନେଇ ଦାଦନ ଖଟିବା ପାଇଁ ସୁଦୂର ଚେନ୍ନାଇ ଯାଇଥିବା ଭେଣ୍ଡିଆ ପୁଅର ଶବ ଫେରିବା ଘଟଣା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଉକ୍ତ ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳି ଯାଇଛି । ଘଟଣାରୁ ପ୍ରକାଶ ଯେ, ବାଙ୍ଗିରିପୋଷି ବ୍ଲକ ବଡ଼ଗାଁ ପଞ୍ଚାୟତର ଦାଖିନ ହେମ୍ବ୍ରମ (୨୫) ନିଜ ପରିବାରକୁ ସୁଖ ଶାନ୍ତିରେ ରଖିବା ପାଇଁ ଚେନ୍ନାଇକୁ କିଛି ଗ୍ରାମ ଓ ଆଖପାଖ ଗ୍ରାମରେ ଯୁବକଙ୍କ ସହିତ ଯାଇଥିଲେ । ହେଲେ ଲକଡାଉନ୍ ରେ ଫସିଯିବାରୁ ସେଠାରେ ତାଙ୍କୁ ଜ୍ବର ହୋଇଥିଲା । ଜ୍ବର ନଛାଡ଼ିବାରୁ କମ୍ପାନୀ ବିଭିନ୍ନ ସ୍ଥାନରେ ଚିକିତ୍ସା କରିଥିଲା । ଡାକ୍ତର ତାଙ୍କୁ କୋଭିଡ ହସ୍ପିଟାଲ ଯିବା ପାଇଁ ପରାମର୍ଶ ଦେବାରୁ କମ୍ପାନୀ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଘରକୁ ତରତର ହୋଇ ପଠାଇ ଦେଇଥିଲା । ଦୁଃଖ ଓ ପରିତାପର ବିଷୟ ବାଟରେ ଆସୁ ଆସୁ କୁଳିଅଣା ପାଖରେ ଆମ୍ବୁଲାନ୍ସ ଡ଼୍ରାଇଭର ସ୍ଥାନୀୟ ଡାକ୍ତରଖାନା କିମ୍ବା ପ୍ରଶାସନ କୁ ନ ଜଣାଇ ବଡ଼ଗାଁ ନିଜ ଗ୍ରାମକୁ ନେଇ ଯାଇଥିଲେ । ସେଠାରେ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଶବଟିକୁ ନେଇ ପୋତି ଦେଇଥିଲେ । ଶବ ସତ୍କାର ପରେ ଆମ୍ବୁଲାନ୍ସ ସହିତ ଆସିଥିବା ଦୁଇ ଜଣ ସହକର୍ମୀ ଙ୍କୁ ବାଙ୍ଗିରିପୋଷି ବ୍ଲକର ଶ୍ୟାମସୁନ୍ଦରପୁର ଏକ ଲବ୍ୟ ଠାରେ ଥିବା କୋଭିଡ ଅସ୍ଥାୟୀ ଶିବିରରେ ରଖାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ କାହିଁକି ଦାଖିନ ର ଶବ ବ୍ୟବଚ୍ଛେଦ କରାଗଲା ନାହିଁ କି ପ୍ରଶାସନକୁ ଅବଗତ କରାଗଲା ନାହିଁ । ଯଦି ଦାଖିନ କୋରନା ଆକ୍ରାନ୍ତ ହୋଇଥିବେ ତେବେ ଶବ ସତ୍କାର ପାଇଁ ଯାଇଥିବା ଗ୍ରାମବାସୀଙ୍କ ଅବସ୍ଥା କଣ ହେବ ବୋଲି ସମସ୍ତେଙ୍କୁ ଚିନ୍ତା ଘାରିଛି ।
ଦାଦନ ଖଟିବାକୁ ଯାଇ ଫେରିଲା ଶବ; ଗ୍ରାମବାସୀ ଆତଙ୍କିତ
|
July 11, 2020 |



