ଦଲଦଳି ଗ୍ରାମର ନବ ନିର୍ମିତ ଉପସ୍ୱାସ୍ଥ୍ୟ କେନ୍ଦ୍ରର ନିମ୍ନ ମାନର କାର୍ଯ୍ୟ ପାଇଁ ଅଭିଯୋଗ, ତଦନ୍ତ ଦାବି

Spread the love

ସୁନ୍ଦରଗଡ ତା:୨୭/୬/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ଦଲଦଳି ଗ୍ରାମର ନବ ନିର୍ମିତ ଉପସ୍ୱାସ୍ଥ୍ୟକେନ୍ଦ୍ରର କାମ ଶେଷ ହୋଇ ନଥିଲେ ମଧ୍ୟ  ତାର ସମସ୍ତ କାନ୍ଥରେ ଫାଟ ହେବାର ଦୃଶ୍ୟ ଦେଖିବାକୁ ମିଳିଛି ।ଏଥିରେ ସ୍ୱାସ୍ଥ୍ୟ  କର୍ମୀ ମାନେ ଦେଖି କାର୍ଯ୍ୟ କରିବା ପାଇଁ ଭୟଭୀତ ହୋଇଗଲେଣି । କୋଉ ମୁହୂର୍ତ୍ତରେ ତାହା ଭାଙ୍ଗି ପଡିବାର ଆଶଙ୍କା କରାଯାଉଛି ହେଲେ ମଧ୍ୟ  ତା ଉପରେ ଦ୍ବିତୀୟ ମହଲା ତିଆରି ହେବାପାଇଁ କାର୍ଯ୍ୟ ପ୍ରସ୍ତୁତି ଚାଲିଛି । ଏହା ଗ୍ରହଣୀୟ ନୁହେଁ ବୋଲି ସ୍ଵାସ୍ଥ୍ୟ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାରଣରୁ ବେଣୁମାଧବ ପୃସେଟ   ବିଧାୟକ ପ୍ରତିନିଧି,ଆର.କେ.ଏସ ମଙ୍ଗସପୁର ଉଦିତ ଖରସେଲ,ହରିଶଙ୍କର ପଟେଲ ବି.ଯେ.ପି ମଙ୍ଗସପୁର ମଣ୍ଡଳ ସଭାପତି କାମ ବନ୍ଦ କରାଇ ଜେଇ ଙ୍କୁ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ପାଞ୍ଚଟି ସଚିବଙ୍କୁ ଦୃଢ କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment