ଦନ୍ତାହାତୀ କବଲରୁ ଉଦ୍ଧାର ହେଲା ଏକ ବହୁମୁଲ୍ୟ ଜୀବନ

Spread the love

ସୁନ୍ଦରଗଡ ତା:୨୭/୯ ୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ବାଲିସଙ୍କରା ବ୍ଲକ ଅନ୍ତର୍ଗତ କିଞ୍ଜିରକେଲା ପଞ୍ଚାୟତର କରୁଆବାହାଲ ରାସ୍ତାରେ ଜଣେ ସାଇକେଲ ଚାଳକଙ୍କୁ ଏକ ଦନ୍ତାହାତୀ କବଳରୁ ଉଦ୍ଧାର କରାଯାଇଛି । କିଞ୍ଜିରକେଲା ବନଖଣ୍ଡ ଅଧିକାରୀ ମାନେ ଆଜି ଏକ ଦନ୍ତା ହାତୀକୁ ଘଉଡାଉଥିବା ସମୟରେ ହାତୀଟି ପୁଣି ପଛ ଘୁଞ୍ଚାମାରି କରୁଆବାହାଲ ଜଙ୍ଗଲକୁ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ଜଣେ ସାଇକେଲ ଚାଳକ ପଡିଥିବା ଦେଖି ଵନକର୍ମଚାରି ଉପଯୁକ୍ତ ସମୟରେ ପହଞ୍ଚି ହାତୀକୁ ନିଜ ଆଡ଼କୁ କେନ୍ଦ୍ରୀଭୂତ କରାଇ ଏକ ଜୀବନ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ଏହି ଦନ୍ତାହାତୀ ଘୋଘର ଗ୍ରାମର କେନ୍ଦୁପତ୍ର ଫେଡ଼ି ଗୃହରେ ଥିବା ଏକ ବୃଧା ମହିଳାଙ୍କୁ ମାରିଦେଇଥିଲା । ବର୍ତ୍ତମାନ ସମୟରେ ବାଣ ଫୁଟାଇବା ଓ ନିଆହୁଲା ବ୍ୟବହାର କରିବା ସରକାରଙ୍କ ତରଫରୁ ନିଷେଧ ଥିବାରୁ ହାତୀ ଘୋଡାଇବା ବହୁତ କଷ୍ଟକର ହୋଇପଡିଛି ବୋଲି ବନ ଅଧିକାରୀ ସାନିକା ଟପ୍ପୋ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment