ସୁନ୍ଦରଗଡ ତା:୪/୧୨/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାରେ ଦାଦନ ମୃତ୍ୟୁ ହାର କମିବାର ନାଆଁ ଧରୁନି । ସୁନ୍ଦରଗଡ ଜିଲ୍ଲାର ବଡ ଗାଁ ବ୍ଲକ ଜରଙ୍ଗଲୋଇ ଗ୍ରାମର ଜଣେ ଦାଦନ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ଜରଙ୍ଗଲୋଇ ଗ୍ରାମର ଭୂୟାଁ ପଡ଼ାର ଭଗବାନ କାଲୋଙ୍କ ପୁଅ ଉପେନ୍ଦ୍ର କାଲୋ (୩୫ବର୍ଷ) ଗତ ଚାରିମାସ ହେବ ଗୋଆ ରେ କାମ କରିବାକୁ ଯାଇଥିଲେ । ଗତ କାଲି ଦିନ ୧୧ ଟା ୨୦ ମିନିଟ ସମୟରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିଥିବା ଜଣାପଡିଛି । ସେ ଗୋଆରେ ଏକ ମାଛ ଧାରା ବୋଟରେ ମାଛ ଧରାଳି ଭାବେ କାମ କରୁଥିଲେ । ସୂଚନା ମୁତାବକ ଗତ ଶନିବାର ବିଳମ୍ବିତ ରାତ୍ରୀରେ ମାଚାଧୃଥିବା ବୋଟ ରୁ ଖସି ପଡ଼ିଥିଲେ ।ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ତଳସରା ବିଧାୟକ ତଥା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଅବଗତ କଲାପରେ ତାଙ୍କ ପ୍ରଚେଷ୍ଟାରେ ପ୍ରଥମେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଓ ପରେ ପରେ ମହା ପ୍ରୟାଣ ଯୋଗେ ଶବ ଆଣିବାର ବ୍ୟବସ୍ଥା ହୋଇଥିବା ଜଣାପଡିଛି । ବିଗତ ଦୁଇ ମାସରେ ଦୁଇ ଜଣ ଦାଦନ ଶ୍ରମିକର ମୃତ୍ୟୁ ହେବା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଥମୁନି ଦାଦନ ମୃତ୍ୟୁ, ପରିବାର ହେଉଛନ୍ତି ବେସାହାରା
|
December 4, 2025 |



