ନ୍ଦରଗଡ ତା:୧୨/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ) ବାଲିସଙ୍କରା ବ୍ଲକ ଅନ୍ତର୍ଗତ ତିଳଡେଗା ଗ୍ରାମରେ ମଣ୍ଡପ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଗ୍ରାମର ଗ୍ରାମବାସୀ ସହିତ ଗ୍ରାମର ଠିକାଦାର । ଗତ କିଛିସମୟ ପୂର୍ବରୁ ବିଧାୟକ ପାଣ୍ଠିରୁ ତିନି ଲକ୍ଷ ଟଙ୍କା
ଗ୍ରାମର ମଣ୍ଡପ କାର୍ଯ୍ୟପାଇଁ ଦିଆଯାଇଥିଲା । ସେଥି ମଧ୍ୟରୁ ଦୁଇଲକ୍ଷ ଅଂତିରିସ ହଜାର ଟଙ୍କା କାର୍ଯ୍ୟର ଚେକ ଦିଆଯାଇଥିଲା । ମଣ୍ଡପ କାର୍ଯ୍ୟ ସରିଥିଲେ ମଧ୍ୟ ଅନେକଥର କତ୍ତୃପକ୍ଷଙ୍କୁ ଅବଗତ କଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ଆସିଛି । ଏହି ପରିପେକ୍ଷିରେ ଗ୍ରାମବାସୀ ବ୍ଲକ ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ ତରଫରୁ କୁହାଯାଇଛି । ଏ ସଂପର୍କରେ ସମ୍ପୃକ୍ତ ଠିକାଦାର ଅନୀଲ କୁମାର ନାଏକ ପ୍ରଶାସନ ର ଦ୍ୱାରସ୍ଥ ହେବା କଥା କହିଛନ୍ତି । ଏପରି ଉନ୍ନତିମୂଳକ କାର୍ଯ୍ୟରେ ଟଙ୍କାର ଲୁଟ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତିଳଡେଗା ଗ୍ରାମର ମନ୍ଦିର ନିର୍ମାଣରେ ଟଙ୍କା ଲୁଟ ଅଭିଯୋଗ, ପ୍ରଶାସନ ନିଦ୍ରାରେ
|
November 13, 2021 |



