ତାଳଚେର: ଜଣକୁ କଚାଡି ମାରିଲା ଦନ୍ତା

Spread the love

ତାଳଚେର,୨୧/୧o(ସନ୍ଧାନ ନିୟୁଜ): :  ତାଳଚେର ଚାଇଁପାଳ ନିକଟ ଲିଙ୍ଗରା କଟା ଗାଁ ନିକଟରେ ଦେଖା ଦେଇଛି ବଣୁଆ ହାତୀଙ୍କ ଉତ୍ପାତ l ଗ୍ରାମ ନିକଟ ଜଙ୍ଗଲରେ ୨୨ଟି ବଣୁଆ ହାତୀ ଚଲାବୁଲା କରି ଫସଲ ନଷ୍ଟ କରୁଛନ୍ତି। ଢେ଼ଙ୍କାନାଳ ଜିଲ୍ଲାରୁ ଗତକାଲି ଏହି ଅଞ୍ଚଳକୁ ହାତୀଗୁଡିକ ଆସିଥିବା ସୂଚନା ମିଳିଛି। ଗତକାଲି ରାତିରେ ସମୟରେ ଲିଙ୍ଗରାକଟା ଗ୍ରାମର ବିକ୍ରମ ରାଉତ ଘରକୁ ଆସୁଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ l ପଲରେ ଥିବା ଏକ ଦନ୍ତା ହାତୀ ତାଙ୍କୁ କଚାଡି ମାରି ଦେଇଥିଲେ l ଏହି ଖବର ଜଣା ପଡିବାପରେ ଆଖପାଖ ପାଞ୍ଚଟି ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି l ଏମାନେ ଗାଁ ପାଖ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଖବର ପାଇ ବନବିଭାଗ ହାତୀଗୁଡିକୁ ଘଉଡ଼ାଇ ବାକୁ ଉଦ୍ୟମ ଜାରି ରଖିଛି ।

 

 

Related Posts

About The Author

Add Comment