ତହସିଲଦାର ଙ୍କ ଚିଂହଟ ପରେ ମଧ୍ୟ ଜମି ବିବାଦ ଥମୁନି

Spread the love

ସୁନ୍ଦରଗଡ଼ ତା:୧୯-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଜମି ବାଡ଼ି ବାବଦ କୁ ନେଇ ମାରପିଟ ହୋଇଥିବା ଯୋଗୁଁ ତଲସରା ଥାନା ରେ ଆଜି ଅଭିଯୋଗ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ତଲସରା ନୁଆଁଡ଼ିହି ଠାରେ ଜଣେ ମହିଳା ଶ୍ରୀମତି ସାମାରି ମଲ୍ଲିକ ମଜୁରିଆ ମାନଙ୍କୁ ଲଗାଇ ପଛେରୀ କରିବା ପାଇଁ ପାଚେରୀ ଗାତ ଖୋଲୁଥିବା ଦେଖି ପଡୋଶୀ ର ଶ୍ରୀମତି ରଶ୍ମି ସରିତା କିଡୋ, ଶ୍ରୀମତି ଗରୋଟି କିଡୋ ଓ ଶ୍ରୀମତି ନିର୍ମଳା କିଡୋ ପାଖକୁ ଯାଇ ପାଚେରୀ ଗାତ ଖୋଲିବା ପାଇଁ ମନା କରିଥିଲେ l ଏତିକିରେ ସମାରି ମଲ୍ଲିକ ଓ ରଶ୍ମି ସରିତା, ଗରୋଟି କିଡୋ ତଥା ନିର୍ମଳା କିଡୋ ଙ୍କ  ଭିତରେ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ ସହିତ ମାଡପିଟ ହୋଇଥିଲା । ସମାରି ମଲ୍ଲିକ ଟାଙ୍ଗିଆ, ଗଇଁଟି ଧରି ରଶ୍ମି ସରିତା କିଡୋ, ଗରୋଟି କିଡୋ ଓ ନିର୍ମଳା କିଡୋ ଙ୍କୁ ମାଡ ମାରିଥିବା ସୂଚନା ମିଳିଛି l ଏ ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି  l ପାଇଥିବା ସୂଚନା ଅନୁସାରେ ଏହି ବିବାଦ କୁ ନେଇ ଅନେକ ଥର ଦୁଇ ଦଳ ଭିତରେ ଝଗଡା ମାରପିଟ ହୋଇଥିବା ଯୋଗୁଁ ତଲସରା ଥାନା ତଥା ବାଲିଶଙ୍କରା ତହସିଲଦାର ଙ୍କ ଠାରେ  ଅଭିଯୋଗ ହୋଇଥିଲେ ମଧ୍ୟ ଉଚିତ ସମାଧାନ ହୋଇ ପାରି ନାହିଁ l ଉକ୍ତ ଜମି ଟି କାହାର ତାହା ବାଲିଶଙ୍କରା ତହସିଲଦାର ଚିହ୍ନଟ କରିଥିଲେ ମଧ୍ୟ ଦୁଇ ପକ୍ଷ ସହମତ ନ ଥିବା ଜାଣିବାକୁ ମିଳୁନି l ଏହାର ଉଚିତ ତଦନ୍ତ ସହିତ ଉଚିତ ପଦକ୍ଷେପ ନେବା ପାଇଁ ଦୁଇ ପକ୍ଷ ରୁ ଦାବି ହୋଇଛି l ଲିଖିତ ଦରଖାସ୍ତ ଅନୁସାରେ ତଲସରା ଥାନା ପକ୍ଷରୁ ଦୁଇ ପକ୍ଷ ଙ୍କ ଉଚିତ ନ୍ୟାୟ ଦେବାପାଇଁ ପ୍ରୟାସ ଚଳାଇଥିବା ଜଣା ପଡିଛି l

Related Posts

About The Author

Add Comment