ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୫ଟି ଗାଡ଼ି ଜବତ କରାଯାଇଚି

Spread the love

ଯାଜପୁର, ୦୫/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୫ଟି ଗାଡ଼ି ଜବତ କରାଯିବା ସହିତ ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରୁ ବେଆଇନ ଭାବରେ ପରିବହନ କରୁଥିବା ୫ଟି ଗାଡ଼ିକୁ ପ୍ରଶାସନ ପକ୍ଷରୁ ଜବତ କରିବା ସହିତ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ରସୁଲପୁର ତହସିଲଦାର ନିଂରଜନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ରସୁଲପୁର ତହସିଲଦାର ହରିପୁର, ଗୋପାଳପୁର ଛକ ନିକଟରେ ବେଆଇନ ପରିବହନ ଗାଡ଼ିକୁ ଯାଞ୍ଚ କରୁଥିବା ବେଳେ, ହରିପୁର ଅଞ୍ଚଳରୁ ୩ଟି ଟ୍ରକ ମାଙ୍କଡ଼ା, ଚିପ୍ସ ବୋଝେଇ କରି ଆସୁଥିଲା । ତହସିଲଦାର ଗାଡ଼ିକୁ ଅଟକାଇ ଯାଞ୍ଚ କରୁଥିବା ଗାଡ଼ିର କାଗଜ ପତ୍ର ନଥିବାରୁ ଗାଡ଼ିକୁ ଜବତ କରିଥିଲେ । ସେହିପରି ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ ଜବତ କରିଥିଲେ । ଗାଡ଼ିକୁ ଜବତ କରି ତହସିଲକୁ ଆଣିଥିବା ବେଳେ, ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରି ଗାଡ଼ି ଗୁଡ଼ିକୁ ଛାଡ଼ିଥିବା ଜଣାଯାଇଚି ।

Related Posts

About The Author

Add Comment