ତଳସରା ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

Spread the love

ସୁନ୍ଦରଗଡ ତା:୬/୧୧/୨୦୨୬(ସନ୍ଧାନ ନ୍ୟୁଜ ) ତଳସରା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବ୍ଲକ ଅଧିକାରୀ ସୁଶ୍ରୀ ଜ୍ୟୋତିର୍ମୟୀ ପ୍ରଧାନ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାଙ୍କ ସହିତ ତଳସରା ସରପଞ୍ଚ ତ୍ରିଲୋଚନ ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସରୋଜାଲକ୍ଷ୍ମୀ ନାଏକ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପିଙ୍କି ପଟେଲ ସମେତ ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ଯୋଗାଇଦେବା ଉପରେ ମତବ୍ୟକ୍ତ କରିଥିଲେ। ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ସୁବିଧା ପାଇବା ସହ ଶିକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲେପନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ବେଲେ ବିଦ୍ୟାଳୟର ଶିକ୍ଷକ ବସନ୍ତ ରଣା ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମାଜସେବୀ ଧନେଶ୍ୱର ମାଝି,ବ୍ରହ୍ମାନନ୍ଦ ମାଝି ଓ ସିଆରସିସି ଭ୍ରମର କିଷାନ୍ ଉପସ୍ଥିତ ଥିଲେ ।ଶେଷରେ ବିଦ୍ୟାଳୟ ଏସ.ଏମ.ସି କମିଟିର ଅଧକ୍ଷା ଶ୍ରୀମତି ବାସନ୍ତୀ ଗରଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment