ସୁନ୍ଦରଗଡ଼ ତା:୧0-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ତେଲିଜୋର ଗ୍ରାମ ର ଗ୍ରାମରକ୍ଷୀ ନିଜ ଅଞ୍ଚଳ ମହୁଲ ଗାଁ ରେ ଗ୍ରାମରକ୍ଷୀ କାର୍ଯ୍ୟ କରୁଥିବା ସମୟ ରେ ଜଣେ ଯୁବକ ମାଡ ମାରିଥିବା ଯୋଗୁଁ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଜଣା ପଡିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ତେଲିଜୋର ଗ୍ରାମ ର ଗ୍ରାମରକ୍ଷୀ ଶ୍ରୀ ବିଜୟ ସୁନାନୀ ନିଜର ଅଞ୍ଚଳ ମହୁଲ ଗାଁ ରେ ଗ୍ରାମରକ୍ଷୀ କାର୍ଯ୍ୟ କରୁଥିବା ସମୟ ରେ ତେଲିଜୋର ଗ୍ରାମର ନୁରାଜ କରାଳି ମାଡ଼ ମାରି ଥିଲେ l ଏ ନେଇ ଗ୍ରାମରକ୍ଷୀ ବିଜୟ ସୁନାନୀ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ବିଜୟ ସୁନାନୀ ଙ୍କ କହିବା ଅନୁସାରେ ବହୁ ବର୍ଷ ର ସାମାଜିକ କଥାକୁ ନେଇ ସମାଜ ରେ ସାମାଜିକ ନିୟମ ଅନୁସାରେ ନୁରାଜ କରାଳି ଙ୍କୁ ଦଣ୍ଡ ବିଧାନ କରାଯାଇଥିଲା l ସେହି କଥାକୁ ମନେ କରି ନିରୋଜ କରାଳି ଗ୍ରାମରକ୍ଷୀ ବିଜୟ ସୁନାନୀ ଙ୍କୁ ଏପରି ମାଡ଼ ମାରି ଜୀବନ ରେ ମାରି ଦେବା ପାଇଁ ଧମକ ଦେଇଥିବା ପ୍ରକାଶ କରିଛନ୍ତି l ତଲସରା ଥାନା ଅଧିକାରୀ ଏ ବିଷୟ ରେ ଏକ ମାମଲା କେଶ ରୁଜୁ କରି ପଚରା ଉଚୁରା କରୁଥିବା ଜଣା ପଡିଛି l
ତଲସରା ଥାନା ଗ୍ରାମରକ୍ଷୀ ଙ୍କୁ ମରଣାତ୍ମକ ଆକ୍ରମଣ, ଥାନା ରେ ଏତଲା l
|
January 10, 2026 |



