ଚାନ୍ଦବାଲି:(ସନ୍ଧାନ ନ୍ୟୁଜ୍) କୁମ୍ଭୀର ନେଇ ମଝି ନଇ ରେ କଲାନି। ତଥାପି ନିଦ ଭାଙ୍ଗୁନି ଲୋକ ଙ୍କ ର। କରୋନା ଭଳି ମହାମାରୀ ପ୍ରାୟ ପାଞ୍ଚ ମାସ ହେଲାଣି ସମସ୍ତ ଙ୍କୁ ନାକେଦମ୍ କରି ସାରିଲାଣି ତଥାପି ଲୋକ ମାନେ ସଜାଗ ହେବାକୁ ଇଛା କରୁ ନାହାଁନ୍ତି। ସୂଚନା ଅନୁଯାୟୀ ତିହିଡି ବଜାର ରେ ଥିବା ଗୋଟିଏ ଲେଡିସ୍ କର୍ଣ୍ଣର ଏବଂ ଗୋଟିଏ ମୋବାଇଲ ଦୋକାନ କୁ ତହସିଲ ଦାର ସିଲ୍ କରିଛନ୍ତି। ଦୁଇ ଦୋକାନ ଆଗରେ ଲୋକେ ପ୍ରବଳ ଭିଡ଼ ଜମାଇ ଥିଲା ବେଳେ ଦୋକାନୀ କି ଗ୍ରାହକ ମାସ୍କ ବ୍ୟବହାର କରିନଥିଲେ କି କୋଭିଡ ନିୟମ ଅନୁଯୟୀ ସାମାଜିକ ଦୂରତା ଦେଖିବାକୁ ମିଳିନଥିଲା। ଯାହା ଫଳରେ ତହସିଲ ଦାର ଏହି ଦୁଇଟି ଦୋକାନ କୁ ସାତ ଦିନ ପାଇଁ ସିଲ୍ କରିଛନ୍ତି।
ତଥାପି ଅମାନିଆ ଭାଙ୍ଗୁନି; ଦୁଇ ଦୋକାନ ସିଲ୍
|
August 19, 2020 |



