ଢିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

Spread the love
ଜଗତସିଂହପୁର, ୨୧/୦୧/୨୦୧୨ (ସନ୍ଧାନ ନିଉଜ) ଶୁକ୍ରବାର ହାଇକୋର୍ଟ ଢିଙ୍କିଆ ମାମଲାର ଶୁଣାଣି କରିଛନ୍ତି। ଏହି ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳରେ ପାନ ବରଜ ଉଚ୍ଛେଦ ସମୟରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ପରେ ଢିଙ୍କିଆରେ ପୋଲିସ ଗ୍ରାମବାସୀଙ୍କ ଉପରେ ଆଖିବୁଜା ଲାଠିମାଡ କରିଥିଲା। ଗ୍ରାମବାସୀ ଦାବି କରିଛନ୍ତି ଯେ ପୋଲିସ ଲାଠିମାଡରେ ଶିଶୁ ଏବଂ ବୃଦ୍ଧଙ୍କ ସମେତ ଅତି କମରେ ୪୦ ଜଣ ଆହତ ହୋଇଥିଲେ।

ତେବେ ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ଆଜି ଜେଏସ୍‌ଡବ୍ଲୁ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ ସରକାରଙ୍କ ପକ୍ଷରୁ ସେହି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରାଯାଉଛି, ପୋଲିସର କାର୍ଯ୍ୟାନୁଷ୍ଠାନରେ କମ୍ପାନୀର କୌଣସି ଭୁମିକା ନାହିଁ । ସେପଟେ ଏହି ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଲାରେ ରାଜନିତି ସରରମ ହୋଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହା ନିର୍ବାଚନୀ ମାମଲା ହୋଇପାରେ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘରିବାକୁ ଚେଷ୍ଟା କରୁଛନ୍ତି। ସରକାର ଢିଙ୍କିଆରେ ଦ୍ୱିତୀୟ କଳିଙ୍ଗ ନଗର ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ କହିଛି।

ପୁର୍ବରୁ ସମାନ ଅଞ୍ଚଳରେ ପ୍ରସ୍ତାବିତ ପୋସ୍କୋ ଇସ୍ପାତ କାରଖାନା ବିରୋଧରେ ବର୍ଷ ବର୍ଷ ଧରି ବିରୋଧର ସାମ୍ନାକ କରିବା ପରେ, ମେଗା ପ୍ରକଳ୍ପକୁ ୨୦୧୭ ରେ ଓଡିଶା ଛାଡିବାକୁ ବାଧ୍ୟ ହୋଇଥିଲା ବେଳେ ଏବେ ପୁଣି ଥରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି।

Related Posts

About The Author

Add Comment