ଭଦ୍ରକ, ୧୮/୦୧/୨୦୧୨ (ସନ୍ଧାନ ନିଉଜ) ଦିନ ଦ୍ବିପ୍ରହର ସମୟରେ ଡିକି ଭାଙ୍ଗି ଲୁଟି ନେଲେ ୩ଲକ୍ଷ ଟଙ୍କା ।ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେପୁର ବଜାରରେ।ସୂଚନା ଅନୂଯାୟୀ ଚୁଡାମଣି ଗ୍ରାମର ଦୀପକ ଜେନା ନାମକ ଜଣେ ବ୍ୟକ୍ତି ବାସୁଦେବପୁର କଲେଜ ଛକ ନିକଟ ଏକ୍ସିସ ବ୍ୟାଙ୍କ ଶାଖାରୁ ୧.ଘଟିକା ସମୟରେ ୬ଲକ୍ଷ ଟଙ୍କା ଉଠାଇ ୩ଲକ୍ଷ ଟଙ୍କା ନିଜ ପକେଟରେ ରଖିଥିବା ବେଳେ ବାକି ୩ଲକ୍ଷ ଟଙ୍କା ବାଇକ୍ ଡିକିରେ ରଖିଥିଲେ ଦୀପକ।ମାତ୍ର ବଜାରୁ ଫେରି ଚୁଡାମଣି ପାଖରେ ଦେଖିଲା ବେଳକୁ କେହି ଦୁର୍ବୁତ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ କରିନେଇଛନ୍ତି। ସେ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି। Report By Sibani Mishra
ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ ଅଭିଯୋଗ
|
January 19, 2022 |
