ଡାକ୍ତର ଦମ୍ପତି ୬୦ ଜହାର ଟଙ୍କା ଧର୍ମଶାଳା ବାଣୀପିଠକୁ ଦାନ କଲେ

Spread the love

ଯାଜପୁର ସଦର,୨୫/୧୨/୨୦୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଧର୍ମଶାଳା ବାଣୀପିଠକୁ ଡାକ୍ତର ଦମ୍ପତିଙ୍କ ଅନୁକମ୍ପାରାଶି ୬୦ ହଜାର ଟଙ୍କା ପ୍ରଦାନ କରିଥିବା ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଚି । ଯାଜପୁର ଜିଲ୍ଲା ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ଶତପଥି ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୫୦ ହଜାର ଟଙ୍କା ଅନୁଦାନ ରାଶି ଦେଇଥିବା ବେଳେ, ତାଙ୍କ ଧର୍ମପତ୍ନୀ ମାଧରୀ ଶତପଥି ୧୦ ଜହାର ଟଙ୍କା ପ୍ରଦାନ କରିଥିବା ଜଣାଯାଇଚି । ଧର୍ମଶାଳା ବାଣୀପିଠର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ମହାନ୍ତିଙ୍କୁ ୬୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ଶ୍ରୀ ଶତପଥି ଜଡ଼ିତ ରହିଥିବା ବେଳେ, ଏହି ବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି । ଧର୍ମଶାଳାର ବିଭିନ୍ନ ସଂଗଠନରେ ଶ୍ରୀ ଶତପଥିଙ୍କ ସହଯୋଗର ହାତ ରହିଥିବା ଜଣାଯାଇଚି । ଧର୍ମଶାଳା ବାଣୀପିଠର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ମହାନ୍ତି ଏହି ସାହାଯ୍ୟକୁ ସ୍ୱାଗତ କରିଛନ୍ତି ।

Related Posts

About The Author

Add Comment