କଟକ, (ସନ୍ଧାନ ନ୍ୟୁଜ୍) : କଟକ ସଦର ୪୨ ମୌଜାସ୍ଥ ସର୍ବ ପୁରାତନ ବେଣ୍ଟକାର ଉପ ଡାକଘରେ ଥିବା ମୁଖ୍ୟ କାଉଣ୍ଟର ପରିସୀମା ଅତୀବ ସଂକୀର୍ଣ୍ଣ । ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ୨୦୧୭ ମସିହାରୁ ଝାରକଟା ଶାଖା ଡାକଘରକୁ ବେଣ୍ଟକାର ଉପ ଡାକଘରକୁ ଉଠାଇ ନିଆଯାଇଛି । ସେବେଠାରୁ ଝାରକଟା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଝାରକଟା,ମଣିବାଡ,ପଟଣା, ନହରପଦା,ଅଇନି,ଗୋବିନ୍ଦପୁର ଓ ଶିଶୁଆ ଗ୍ରାମର ଉପଭୋକ୍ତା ମାନେ ବେଣ୍ଟକାର ଉପଡାକ ଘର ଆସୁଛନ୍ତି । ବେଣ୍ଟକାର ଉପ ଡାକଘର ଦକ୍ଷିଣ ପଟ ଝରକା ପଟେ ଖୋଲା ଆକାଶ ତଳେ ଝାରକଟା ଶାଖା କାଉଣ୍ଟର ଚାଲୁଅଛି । ଉପଭୋକ୍ତା ମାନେ ବର୍ଷ ବର୍ଷ ଧରି ଖରା ବର୍ଷା ଖାଉଛନ୍ତି । ଡାକଘରକୁ ଲାଗି ପର୍ଯ୍ୟାପ୍ତ ସରକାରୀ ଜାଗା ଅଛି। ଉପଭୋକ୍ତାଙ୍କ ପାଇଁ ଏକ ସେଡ୍ ନିର୍ମାଣ କରିବା ଦାଵୀକୁ ବିଭାଗୀୟ ଅଧିକାରୀ ଆଦୌ କର୍ଣ୍ଣପାତ କରୁନାହାନ୍ତି । ଉପଭୋକ୍ତାଙ୍କ ପାଇଁ ତୁରନ୍ତ ଏକ ସେଡ୍ ନିର୍ମାଣ କରିବାକୁ ବରିଷ୍ଠ ସମାଜସେବୀ ତଥା ସାମ୍ୱାଦିକ ବୁଲେଇ ବେହେରା ଦୃଢ଼ ଦାବୀ କରିଛନ୍ତି ।
ଡାକଘର ସମସ୍ୟାର ସମାଧାନ ନେଇ ଦାବୀକଲେ ବରିଷ୍ଠ ସାମ୍ବାଦିକ
|
March 4, 2024 |



