ସୁନ୍ଦରଗଡ ତା୨/୧୦/୨୦୨୧(ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ ଡମକୁଡ଼ା ଚେକଡେମ ନିକଟରେ ଥିବା ଏକ ବୁଦାମୂଳରୁ ଜଣେ ଯୁବତୀର ମୃତଦେହ ତଲସରା ପୋଲିସ ଉଦ୍ଧାର କରିଛି । ଧରା ପଡିବା ଭୟରେ ଧର୍ଷଣ ପରେ ପଥରରେ ଛେଚି ହତ୍ୟା ହୋଇଥିବା ତଲସରା ପୋଲିସ ସନ୍ଦେହ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ସବଡେଗା ନୂଆପଡ଼ାର କାମିନୀ କମାର(୪୫ବର୍ଷ) ସକାଳୁ ଜାଳେଣି କାଠ ପାଇଁ ଡ଼ମକୁଡ଼ା ଜଙ୍ଗଲରୁ ଫେରୁଥିବା ସମୟରେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ ।
ସେହି ଅଂଚଳର ଗାଈ ଚରାଉଥିବା ଲୋକେ ଏକ ବୁଦାମୂଳେ କ୍ଷତ ବିକ୍ଷତ ସହ ଉଲଗ୍ନ ଅବସ୍ଥାରେ ପଡିରହିଥିବା ଦେଖି ତଲସରା ପୋଲିସକୁ ଅବଗତ କରାଇଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ତଲସରା ପୋଲିସ ପକ୍ଷରୁ କୁହାଯାଇଛି ।
ଡମକୁଡ଼ା ଚେକଡେମ ନିକଟରେ ଜଣେ ମହିଳାଙ୍କ ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
|
October 2, 2021 |



