ଟ୍ରେନରେ ଯାଉଥିବା ବେଳେ ନିଖୋଜ ହୋଇଗଲେ ଓଡ଼ିଆ ବରିଷ୍ଠ ନାଗରିକ

Spread the love

ନୂଆଦିଲ୍ଲୀ,୨୮/୧୦  (ସନ୍ଧାନ ନିୟୁଜ) ଦିଲ୍ଲୀରୁ ଜମ୍ମୁ ଯାଉଥିବା ଶାଲିମାର ଏକ୍ସପ୍ରେସ୍‌ରେ ନବୀନ ସାହୁ(୭୫) ନାମକ ବ୍ୟକ୍ତି ନିଖୋଜ୍‌ ହୋଇ ଯାଇଛନ୍ତି। ନିଜ ବୋହୂ, ନାତି ଓ ହିମାଂଶୁ ନାୟକ ନାମକ ନିଜ ଗାଁର ଜଣେ ବ୍ୟକ୍ତିଙ୍କ ସହ ସେ ଏସ୍‌ ୭ ବଗିରେ ଯାତ୍ରା କରିବାକୁ ଟ୍ରେନରେ ଚଢ଼ିଥିଲେ। ହେଲେ ସମସ୍ତଙ୍କ ସିଟ୍‌ ଭିନ୍ନ ଭିନ୍ନ ସ୍ଥାନରେ ଥିଲା। ଟ୍ରେନ ଯାଉଥିବା ବେଳେ ଅମ୍ବାଲା ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କୁ ଟ୍ରେନ ଭିତରେ ଦେଖିଥିଲେ। ହେଲେ ଟ୍ରେନ୍‌ ଲୁଧିଆନା ପହଞ୍ଚିବା ବେଳକୁ ନବୀନ ଗାଡ଼ି ଭିତରେ ନ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।

ପରେ ଏ ନେଇ ଜମ୍ମୁରେ କାମ କରୁଥିବା ତାଙ୍କ ପୁଅ ଜାଣିବାକୁ ପାଇଥିଲେ ଓ ତୁରନ୍ତ ସେ ଲୁଧିଆନାରେ ପହଞ୍ଚି ଜିଆରପି ଥାନାରେ ବାପାଙ୍କ ନିଖୋଜ ହେବା ସମ୍ପର୍କରେ ଏତଲା ଦାୟର କରିଥିଲେ। ସୂଚନାଯୋଗ୍ୟ, ନବୀନଙ୍କୁ ଓଡ଼ିଆ ଭାଷା ଛଡ଼ା ଅନ୍ୟ କୌଣସି ଭାଷା ଜଣାନାହିଁ। ତାଙ୍କର ଘର ଯାଜପୁର ଜିଲା ରଘୁନାଥପୁର ଅଞ୍ଚଳରେ। ଯଦି କୌଣସି ସହୃଦୟ ବ୍ୟକ୍ତି ନବୀନଙ୍କ ସମ୍ପର୍କରେ ଜାଣିବାକୁ ପାଆନ୍ତି ତା ହେଲେ 9348553487 ବା 7008284038ରେ ଯୋଗାଯୋଗ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି।

Related Posts

About The Author

Add Comment