ଟ୍ରକ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର- ହେଲପର ଗୁରୁତର

Spread the love

ସୋର, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମର୍ମନ୍ତୁଦ ସଡକ ଦୁର୍ଘଟଣା ରାସ୍ତାରେ ଛିଡା ହୋଇଥିବା ଟ୍ରକ ପଛରୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ । ଏହି ପଥର ବୋଝେଇ ଟ୍ରକ ତଳେ ଜଣେ ଚାପି ହୋଇ ରହିଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋର ବାଗୁଡି ରାସ୍ତା ମାଣତ୍ରୀ ଛକରେ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଲେଶ୍ବର ଜିଲ୍ଲା ସୋର ଥାନା ମାଣତ୍ରୀ ଛକ ନିକଟରେ ମାଟି ବୋଝେଇ ଟ୍ରକ ରାସ୍ତାରେ ଠିଆ କରି ପମ୍ପଚର୍ ମାରୁଥିଲା ।‌ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ପାହାଡ ମାଟି ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସୁଳରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର୍ ଓ ହେଲ୍‌ପର ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଅଗ୍ନିଶମ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଟ୍ରାକରେ ୧୫ ଫୁଟ ତଳେ ନୟନଜୋରି ତଳେ ଜଣେ ଚାପି ହୋଇ ରହିଥିବା ଜଣାପଡିଛି । ଗୁରୁତର ଭାବେ ଆହାତ ହୋଇ ଚିକିତ୍ସିତ ହେଉଥିବା ତିଳଦା ଅଞ୍ଚଳର ବସନ୍ତ ମହାନ୍ତି ଏବଂ ଉତ୍ତରେଶ୍ଵରର ସୁରେନ୍ଦ୍ର ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟ ଟ୍ରକ ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

Related Posts

About The Author

Add Comment