ଯାଜପୁର ସଦର, ୧୫ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ପୁରୁଣା ଥାନା ୧୬ ନଂ ଜାତୀୟ ରାଜପଥ କଢ଼ରେ ଏକ ଗ୍ୟାରେଜ ରହିଥିବା ବେଳେ, ଗ୍ୟାରେଜର ମାଲିକଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଲା । ଗ୍ୟାରେଜ ମାଲକଙ୍କ ମୃତ୍ୟୁ ଘଟଣା ଜଣା ପଡ଼ିବା ପରେ କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥକୁ ଉତ୍ତେକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଘୋଳପୁର ଗ୍ରାମର ରାଜକିଶୋର କରଙ୍କ ବଡ଼ପୁଅ ଦିପକ କୁମାର କର(୩୩) ଏହି ରାସ୍ତା କଡ଼ରେ ଏକ ଟାୟାର ମରାମତି କାର୍ଯ୍ୟକରି ବ୍ୟବସାୟ କରୁଥିବା ବେଳେ, ସକାଳ ପ୍ରାୟ ୧୦ଟା ୩୦ ମିନିଟ ସମୟରେ କେ ୧୨ ଚକିଆ ଟ୍ରକ ଟାୟାରରେ ପ୍ରେସର ଦେଉଥିବା ବେଳେ, କେନ୍ଦୁଝର ସ୍ଥିତ ଏସଆର ପ୍ଲାଣ୍ଟରୁ ଆଇରନ ବୋଝେଇ କରି ପାରଦ୍ୱିପ ଯାଉଥିବା ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ଚକା ପ୍ରେସର ଦେଉଥିବା ଦିପକ ଗୁରୁତର ହୋଇଥଲେ । ତାଙ୍କୁ ରସୁଲପୁର ଦମକଳ ବାହିନୀ ଚିକିତ୍ସା ପାଇଁ ଧର୍ମଶାଳା ମେଡ଼ିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଦିପକଙ୍କୁ ମୃତ ଘୋଷଣା କରିଥିଲେ । ଦୃଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ କାବୁ କରିବା ସହିତ ପୋଲିସ ଜିମା ଦେଇଥିଲେ । କ୍ଷତି ପୂରଣ ଦାବୀରେ ଲୋକମାନେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ । ଦିପକର ଗୋଟିଏ ୮ବର୍ଷର ଝୀଅ, ୪ବର୍ଷର ପୁଅ ଥିବା ସୂଚନା ମିଳିଚି । ଏସଆଇ ଦୁଷ୍ମନ୍ତ କୁମାର ଦାସ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲେ । କୁଆଖିଆ ପୋଲିସ ଦୃଘଟଣା ଘଟାଇଥିବା ଚାଳକକୁ ଜବତ କରିବା ସହିତ ଟ୍ରକକୁ ଜବତ କରିଥିଲେ । କୁଆଖିଆ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାଯାଇଚି ।
ଟ୍ରକ ଧକ୍କା ଦେବାରୁ ଗ୍ୟାରେଜ ମାଲିକର ମୃତ୍ୟୁ ଘଟିଲା
|
February 15, 2023 |



