ରାଉରକେଲା; ୨୯/୦୩ (ସନ୍ଧାନ ନିୟୁଜ): ରାଉରକେଲା ଲୋକଙ୍କୁ ସୁଲଭ ଦରରେ ପରିବା ଯୋଗାଇବା ଉଦ୍ଦେଶ୍ୟରେ ଶୁକ୍ରବାର ଟେଲିଫୋନ ଭବନ ପଡିଆରେ ନୂଆ ପାରିବ ବଜାର ଖୋଲା ଯାଇଛି। ଚାଷୀମାନେ ସିଧାସଳଖ ଏଠାରେ ପରିବା ବିକ୍ରି କରିପାରୁଛନ୍ତି । ଫଳରେ ପରିବା ଦର କମି ଯାଇଛି । ସେପଟେ, ଲକ ଡାଉନ ପାଇଁ ପ୍ରଶାସନ ତେଜରାତି ଦୋକାନୀଙ୍କ ପାଇଁ ଯେଉଁ ନିର୍ଦ୍ଦିଷ୍ଟ ଦର କରିଥିଲା । ସେଥିରେ କିଛି ମୁନାଫାଖୋର ବ୍ୟବସାୟୀ ଏହାର ଫାଇଦା ଉଠାଉ ଥିଲେ । ହେଲେ ପ୍ରଶାସନ, ମହାନଗର ନିଗମରେ ଥିବା ତେଜରାତି ଦୋକାନୀଙ୍କ ପାଇଁ ଏକ ତାଲିକା ଜାରି କରିଛି। ଏହି ଦୋକାନକୁ ଫୋନ କରି ଦେଲେ ସେମାନେ ସମସ୍ତ ଜିନିଷ ପହଞ୍ଚାଇ ଦେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଟେଲିଫୋନ ଭବନ ପଡିଆରେ ଖୋଲିଲା ନୂଆ ପରିବା ବଜାର
|
March 29, 2020 |
