ଟାଉନ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ

Spread the love

ରାଉରକେଲା୨୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ନବାର୍ଷିକୀ ଫର୍ଟିଲାଇଜର ଟାଉନ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଟାଉନ କଂଗ୍ରେସ ସଭାପତି ସୁଧାକର ମଲ୍ଲିକ ସଭାପତିତ୍ୱ କରିଥିବାବେଳେ କର୍ମୀମାନେ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ବିଭିନ୍ନ ଉନ୍ନତି ଓ ଦେଶ ପାଇଁ ବିକାଶ କାର୍ଯ୍ୟକ୍ରମ ପ୍ରଶଂସନୀୟ ଥିଲାା ୧୮ବର୍ଷ ଯୁବକଙ୍କୁ ଭୋଟ ଦାନ ଅଧିକାର,ପଚାଂୟତିରାଜର ଦିଗଦର୍ଶନ,ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତକୁ ଏକ ଅଗ୍ରଣୀ ଦେଶରେ ବିଶ୍ୱ ଦରବାରରେ ସ୍ଥାନିତ କରିପାରିଥିଲେ । ଏ ଅବସରରେ ବରିଷ୍ଠ କଂଗ୍ରେସ ନେତା ଅନାଦି ଚରଣ ମହାପାତ୍ର,ସୁବାଷ ପାତ୍ର,ପ୍ରଫୁଲ୍ଲ ପରିଜା,ରାଜୁ ଜୟପୁରିଆ,ଅଂଜୟ ବେହେରା,ସୁକାନ୍ତ ମହାନ୍ତି,ଦାମୋଦର ଧଳ,କାଶିନାଥ ମହାନ୍ତି,ରାଜ କିଶୋର ପରିଡ଼ା,ଲିଙ୍ଗରାଜ ଜେନା ,ଗଡ଼ବିନ ଟପୋ,ଯୋଗେନ୍ଦ୍ର ଲୋହାର,ସତ୍ୟ ଭୂମିଜ,ବାବୁଲାଲ କିସାନ ପ୍ରମୁଖ ୍ରଯୋଗ ଦେଇ ଶ୍ରଦ୍ଧାଜଂଳି ଜ୍ଞାପନ କରିଥିଲେ ।

Related Posts

About The Author

Add Comment