ସୁକିନ୍ଦା /୨୩/୦୮/ସନ୍ଧାନ ନିୟୁଜ /(ସାଗରୀକା ଦଳାଇ )ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ଥାନା ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତ କୋଇଲ ଗାଁ ପାଖ ପାହାଡ଼ ଛେଟକା ଟାଙ୍ଗର ଖୋଲରେ ଆଜି ସକାଳୁ ଦୁଇ ଯୁବକ ଗାଧୋଇବାକୁ ଆସି ଝରଣାର ସ୍ରୋତ ପାଣିରେ ବୁଡ଼ିଯାଇଥିବା ଜଣାପଡିଛି, ୨ ଜଣ ସ୍ଥାନୀୟ ଯୁବକ ବୋଲି ଶୁଣିବାକୁ ମିଳୁଛି, ଖବର ପାଇ ସୁକିନ୍ଦା ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକେ ଖୋଜା ଖୋଜି କରି ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଭୁବନ ଅଗ୍ନି ସମ ବାହିନୀନିଖୋଜ ଥିବା ବ୍ୟକ୍ତି ଙ୍କୁ ଖୋଜା ଖୋଜି ଜାରି ରଖିଛି। ମୃତକ ଜଣକ ଲେମ୍ବୋ କାଞ୍ଜିଆପାଳ ପୁନିଆଁ ପ୍ରଧାନଙ୍କ ପୁଅ ଶମ୍ଭୁ ପ୍ରଧାନ(୨୨)। ନିଖୋଜ ଥିବା ଯୁବକ ଜଣକ ବନ୍ଧଗାଁ କୋଇଲ ଗାଁର ଇଂ ମାନସ ମହାନ୍ତି। ମନମୋହନ ମହାନ୍ତିଙ୍କ ପୁଅ ମାନସ । ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଶମ୍ଭୁ +୨ ପାସ୍ କରି ଚାକିରି ଯୋଜନାରେ ଥିଲେ ବୋଲି ଜାଣିବାକୁ ମିଳିଛି, ସେପଟେ ସୁକିନ୍ଦା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି,
ଝରଣାରେ ଗାଧୋଇବା ହେଲା କାଳ, ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ଆଉ ଜଣେ ନିଖୋଜ,
|
August 23, 2025 |



