ଯାଜପୁର ସଦର, ୧୫ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଜୟସିଂହଡ଼ା ପ୍ରାଥମିକ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ପ୍ରତିଯୋଗିତା ବାର୍ଷିକ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯତିନ୍ଦ୍ର ମୋହନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ବାର୍ଷିକ କ୍ରିଡ଼ା ଉତ୍ସବରେ ମୁଖ୍ୟ ଅତିଥି ନିଳାମ୍ବର ମିଶ୍ର ବ୍ଲକ ଶିକ୍ଷାଧିକାରୀ (ବିଓ) ଯୋଗଦେଇଥିବା ବେଳେ, ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ +୩ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ଦେବରାଜ ମିଶ୍ର ଶିକ୍ଷକ ସଂଘର ଉପସଭାପତି ଶ୍ରୀ ମିଶ୍ର ଯୋଗଦେଇ କ୍ରିଡ଼ା ସମ୍ପର୍କରେ ସୂଚନା ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ହାରିବା ଏବଂ ଜିତିବା ବଡ଼କଥା ନୁହେଁ ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିôତଲେ । ରସୁଲପୁର ବ୍ଲକର ଏବିଡ଼ିଓ ପ୍ରଭଞ୍ଜନ ପତି ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯତିନ୍ଦ୍ର ମୋହନ ସାହୁ କୋମଳମତି ପିଲାମାନଙ୍କୁ ନେଇ କ୍ରିଡ଼ା ପ୍ରତିଯୋଗିତାର ଆୟୋଜନ କରିଥିବା ଉଚ୍ଚ ପ୍ରଶଂସା କରିଥିଲେ । ବିଜୟ ଷଡ଼ଙ୍ଗୀ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରଖିଥିଲେ । ସଭାପତି ପ୍ରାଥମିକ ଶିକ୍ଷକ ସଂଘର ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ପ୍ରଧାନ ଯୋଗଦେଇ ଯାହାଙ୍କ ପ୍ରଚେଷ୍ଟାରେ ଜୟସିଂହଡ଼ା ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟ ଗଢ଼ିଉଠିଚି । ସେହି ବିନ୍ଧାଣୀକୁ ଶ୍ରୀଯୁକ୍ତ ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ । ଏହି ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ନବିନ ପାଢ଼ୀଙ୍କ ପ୍ରତିମୃତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିଥି ମାନେ ପ୍ରଦିପ ପ୍ରଜ୍ଜ୍ୱଳନ କରି କିଡ଼୍ରା ପ୍ରତିଯୋଗିତା ଉଦ୍ଘାଟନ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟାନ କରିଥିଲେ । ସେହିପରି ବିଦ୍ୟାଳୟର ଥିବା ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭା ପରିଚାଳାନା କରୁଥିବା ୨ଟି କ୍ଲଷ୍ଟର ସିଆରସିସି ଶିବତ୍ସ ସାହୁ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ବନ୍ଧଡିହ ଗ୍ରାମ ପଂଚାୟତର ସରପଂଚ ବିକ୍ରମ କୁମାର ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ବକ୍ତବ୍ୟ ରଖିଥିଲେ । ବନ୍ଧଡିହ ହାଇସ୍କୁର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟ ଯୋଦଦେଇଥିଲେ । ଅତିଥି ମାନଙ୍କ ପରିଚୟ ଶିକ୍ଷକ ସୁଧାଂଶୁ ଶେଖର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକୀୟ ପାଠ ଶିକ୍ଷକ ସମରେନ୍ଦ୍ର ଘଡ଼ାଇ ପାଠ କରିଥରବା ବେଳେ, ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଳବାଳା ମହାନ୍ତି, ଆରତୀ ବେହେରା, ଚନ୍ଦ୍ରିକା ରାହୁଳ ସହଯୋଗ କରିଥିଲେ । ଏସଏମସି କମିଟିର ସଭାପତି ବୈଦ୍ୟନାଥ ଜେନା, ଅଜୟ ଜେନା, ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହି ଅର୍ଥରାଶି ପ୍ରଦାନ କରିଥିଲେ ଶିକ୍ଷାଧିକାରୀ ।
ଜୟସିଂହଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଟିତ
|
January 16, 2024 |