ଜୟ ଜଗନ୍ନାଥ ମହୋତ୍ସବ : ସେବକଙ୍କ ହାତରେ ମହାପ୍ରଭୂ ପଠାଇଦେଲେ ଖଣ୍ଡୁଆପାଟ ।

Spread the love

ଯାଜପୁର,୩୧/୧/୨୬ (ସନ୍ଧାନ ନ୍ୟୁଜ)  ‘ସେ ତ ଭକତ ଭାବରେ ବନ୍ଧାରେ ସେ ତ ଭକତ ଜୀବନ ଧନ’ । ଏହା କେବଳ ଗୋଟିଏ ଭଜନ ଭିତରେ ସୀମିତ ନୁହେଁ । ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଏହା ହୃଦୟର ଆସ୍ଥା ଓ ବିଶ୍ୱାସର ଭାଶା । ଏହି ଆସ୍ଥା ଓ  ବିଶ୍ୱାସ ଅଧାରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଭୁବନପୁର ଗ୍ରାମରେ  ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋତ୍ସବରେ ଘଂଟ ସେବକଙ୍କ ଜରିଆରେ  ଶ୍ରୀ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପହଂଚିଥିଲା । ଶ୍ରୀ ମନ୍ଦିରର ଘୋଷଯାତ୍ରାରେ ଭଟ୍ଟିମୁଣ୍ଡାର ଘଂଟବାଦ୍ୟ ଏକ ପ୍ରମୁଖ ଓ ପ୍ରଧାନ ସେବା । ଏହି ଘଂଟବାଦ୍ୟ ଦଳର ମୁଣ୍ଡରେ ପଗଡି ବନ୍ଧା ହେଲେ ଆରମ୍ଭ ହୁଏ ମହାପ୍ରଭୂଙ୍କ ପହଣ୍ଡିବିଜେ । ଏହି ଘଂଟ ସେବକ ମାନେ ଯାଜପୁର ଜିଲ୍ଲା ଧର୍ମଶାଳାର ଭୁବନପୁରରେ ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋତ୍ସବରେ ପହଂଚି ମହୋତ୍ସବର ଆବାହକ ସତୀଶ ବିଶ୍ୱାଳଙ୍କୁ ଶ୍ରୀ ଜଗନ୍ନାଥଙ୍କ ଖଣ୍ଡୁଆପାଟ ପ୍ରଦାନ କରିଥିଲେ । ଏହାସହ ଏଠାରେ ପୂଜା ପାଉଥିବା ପରମ ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ପାଇଁ ଘଂଟ ଦାନ କରିଥିଲେ । ଜୟ ଜଗନ୍ନାଥ ମହୋତ୍ସବ କମିଟିର ସଭ୍ୟ ମାନଙ୍କୁ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ବିଭିନ୍ନ ସାମଗ୍ରୀ ଓ ମହାପ୍ରସାଦ, ଭୋଗ ଦାନ କରିଥିଲେ । ଏଥିରେ ମହାପ୍ରଭୂଙ୍କ ଘଂଟ ସେବକମାନେ କହିଥିଲେ ଯେ, ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଜୟ ଜଗନ୍ନାଥ  ମହୋତ୍ସବ ଗୋଟିଏ ଦୃଷ୍ଟାନ୍ତଯୋଗ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଗ୍ରାମାଂଚଳରେ ଏଭଳି ଧାର୍ମିକ କାର୍ଯ୍ୟ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ମଣିଷ ଉପରେ ସକାରାତ୍ମକ  ପ୍ରଭାବ ପଡିଥାଏ । ଆବାହକ ସତୀଶ ବିଶ୍ୱାଳ ଘଂଟସେବା ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ସତୀଶ କହିଥିଲେ ଯେ, ମୋ ପରି ମହାପ୍ରଭୂଙ୍କ  ଦାସାନୁଦାସ ତଥା ଏକ ଛୋଟିଆ ମଣିଷ ଘଂଟବାଦ୍ୟ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତାବ ମୋତେ ଧନ୍ୟ କରିଛି । ମହାପ୍ରଭୂଙ୍କ ଏ ଅଦ୍ଭୁତ ଲୀଳା ଆମ ପରି ଭକତ ମାନଙ୍କ ପାଇଁ କେବଳ , ଭକତ ଭାବରେ ଭଗବାନ ବନ୍ଧାର ଆଉ ଏକ ଅପୂର୍ବ  ଦୃଷ୍ଟାନ୍ତ ମାତ୍ର । ଏହି ଅବସରରେ କବି ଡ.ଚନ୍ଦ୍ରକଳା ନାୟକଙ୍କ କବିତା ସଂକଳନ ପ୍ରଥମ ପ୍ରେମ’ ଘଂଟସେବକ ମାନଙ୍କୁ ପ୍ରଦାନ କରାଯାଇ ଥିଲା । ଘଂଟ ସେବକ ମାନେ ସଂକଳନକୁ ପୁନଶ୍ଚ ଲୋକାର୍ପିତ କରି ଏହାର ସଫଳତା କାମନା କରିଥିଲେ । ଘଂଟ ସେବକଙ୍କ ଏହି ପ୍ରତିନିଧି ଦଳରେ ଅନୁଷ୍ଠାନର ସଂପାଦକ ଚକ୍ରଧର ସାହୁ, ତ୍ରିଲୋଚନ ସାହୁ, ବଳରାମ ସାହୁ, ତପନ କୁମାର ସାହୁ, ପ୍ରକାଶ ସାହୁ, ବସନ୍ତ ସାହୁ, ବଳରାମ ସାହୁ, ମିଟୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜୟ ଜଗନ୍ନାଥ ମହୋତ୍ସବ କମିଟି ତରଫରୁ ସର୍ବଶ୍ରୀ ସୁଧାଂଶୁ ବିଶ୍ୱାଳ, ଅଶୋକ ନାୟକ, ମାନସ ରଂଜନ ବିଶ୍ୱାଳ, ବିଚିତ୍ରାନନ୍ଦ ବିଶ୍ୱାଳ, ଶୁଭମ ବିଶ୍ୱାଳ, ଜ୍ୟୋତି ରଂଜନ ବିଶ୍ୱାଳ ପ୍ରମୁଖ ଘଂଟବାଦ୍ୟ ଦଳକୁ ସ୍ୱାଗତ କରିଥିଲେ ।

Related Posts

About The Author

Add Comment