ରାଉରକେଲା, ୪/୧୧ (ସନ୍ଧାନ ନିଉଜ) : ରାଉରକେଲା ସ୍ୱତନ୍ତ୍ର ଜେଲରେ ଘଟିଛି ଅଭାବନୀୟ ଘଟଣା । କଏଦୀ ଜୋସେଫେ ତ୍ରିକୀ ବିଗତ 2017 ମସିହାରୁ ହତ୍ଯା ମାମଲା ଜେଲରେ ସଜା କାଟୁଥିବା ବେଳେ ଗତକାଲି ଜେଲରେ କଏଦୀର ଦେହ ଅସୁସ୍ଥ ହୋଇପଡିଥିବା ବେଳେ ଜେଲରେ ଡାକ୍ତର ମେଡ଼ିସିନ ଏବଂ ଇଂଜେକସନ ଦେଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ କଏଦୀକୁ ସରକାରୀ ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟରେ କଏଦୀଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ଯେ, ଜେଲ ଭିତରେ ଡାକ୍ତରଙ୍କ ଅବହେଳା ଯୋଗୁଁ କୋଏଦୀ ର ମୃତ୍ୟୁ ଘଟିଛି ଏବଂ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।।
ଜେଲ ଭିତରେ ଚାଲିଗଲା କଏଦୀର ଜୀବନ
|
November 4, 2019 |
![](https://sandhannews.com/wp-content/uploads/2019/11/IMG-20191104-WA0009.jpg)