ବାରିପଦା ; ୨୩ /୦୬ (ସନ୍ଧାନ ନିଉଜ) ଓଡିଶାର ଜେଲ୍ରେ କାର୍ଯ୍ୟରତ ସିପାହି କର୍ମଚାରୀଙ୍କ ମଧରେ ଅସନ୍ତୋଷ କୁହୁଳିବାର ଲାଗିଛି । ନିକଟରେ ସିଫ୍ଟ୍ ଡୁ୍ୟଟି ବନ୍ଦ କାରିବା ସହ ପ୍ରଶାସନିକ ଆଳରେ ଅଯଥା ବଦଳିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ସିପାହି ସଂଘର ସଭାପତି ମହମ୍ମଦ ତମିପୁର ରହେମାନ କହିଛନ୍ତି ଯେ ସଂଘର ଉଦ୍ୟମକ୍ରମେ ସିପାହୀ ମାନଙ୍କ କାର୍ଯ୍ୟ ଦକ୍ଷଣକୁ ନେଇ ୧୮୯୪ ମସିହା ବ୍ରିଟିଶ୍ ଅମଳର କାର୍ଯ୍ୟପନ୍ଧତିକୁ ପରିବର୍ତନ କରି ଅଲ୍ ଇଣ୍ଡିଆ ମଡର୍ଣ୍ଣ ପ୍ରିଜନ ମାନୁଆଲ୍ ଅନୁ୍ୟାୟୀ ତିନି ସିଫ୍ଟ କାର୍ଯ୍ୟ ପ୍ରଚଳନ କରାଯାଇଥିଲା । ମାତ୍ର କିଛି ବର୍ଷ ପରେ କର୍ମଚାରୀ ଅଭାବ ଆଳରେ ସିଫ୍ଟ କାର୍ଯ୍ୟକୁ ବନ୍ଦ କରି ପୁରୁଣା ନିୟମକୁ କାର୍ଯ୍ୟ କାରି କରୁଛନ୍ତି । ଯାହାଫଳରେ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷଣକୁ କ୍ଷତିଗ୍ରସ୍ଥ କରିବା ସହ କୋଭିଡ-୧୯ ନିୟମର ଉଲଘ୍ନ କରୁଛି ବୋଲି ଶ୍ରୀ ରହେମାନ ଅଭିାଯାଗ କରିଛନ୍ତି । ନିକଟରେ ରାଉଲକେଲା , ପୁରୀ ,ବ୍ରହ୍ମପୁର ଜେଲ୍ରେ କୋରନା ଆକ୍ରନ୍ତଙ୍କ ୁ ନେଇ କର୍ମଚାରୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସରକାର ବ୍ରିଟିଶ ଅମଳର ମାନୁଏଲ କୁ ସଂଶୋଧନ କରି ନୂତନ ନିୟମ ପ୍ରଚଳନ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବରେ ସଂଘ ୧୮ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେଥିରେ ଡୁ୍ୟଟି , ନିଯୁକ୍ତି , ପଦୋନ୍ନତି ,ସୁରକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା ପରନ୍ତୁ କିଛି ବି କାର୍ଯ୍ୟକାରୀ କରାଗଲା ନାହିଁ । କାରାଗାର ଅଧୀକାରୀ ମାନେ ଯେଉଁ ଡୁ୍ୟଟି ପନ୍ଧତିର ପ୍ରସ୍ଥାବ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ତ୍ରୁଟି ପୂର୍ଣ୍ଣ ନିକଟରେ ଅନେକ ସୁପାହି କର୍ମଚାରିକୁ ବିନାକାରଣରେ ବଦଳି କରାଯାଇଅଛି । ଯେଉଁ ସିପାହୀ କର୍ମଚାରୀମାନେ ଉପରସ୍ତ ଅଧୀକାରୀକୁ ତେଲ ମାଲିସ କରି ବହୁ ଦିନ ଧରି ଗୋଟିଏ କାଗଜରେ କାର୍ଯ୍ୟ କରିଅସୁଛନ୍ତି ସେମାନଙ୍କର ବଦଳି କରିବାତ ଦୂରର କଥା ନିଜର କୋଠ ପୁଅଭଳି ପାଳୁଛନ୍ତି । କର୍ମଚାରୀମାନେ ଉଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ ଉଚ କତୃପକ୍ଷ ନୀରବ ରହୁଛନ୍ତି । ଏ ସମସ୍ତ ସମସ୍ୟାର ବିଚାର କରି ନ୍ୟାୟ ପ୍ରଦାନ କରାନଗଲେ କର୍ମଚାରୀମାନେ ବାଧ ହୋଇ ଆନ୍ଦୋଳନକୁ ଓହ୍ଲାଇବେବୋଲି ସିପାହି ସଂଘର ସଭାପତି ଶ୍ରୀ ରହେମାନ୍ କହିଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
ଜେଲ କର୍ମଚାରୀଙ୍କ ଦାବିକୁ ଉପେକ୍ଷା; ଆନ୍ଦୋଳନ ପାଇଁ ପ୍ରସ୍ତୁତି
|
June 23, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)