ଜେନାପୁର,୦୨/୦୩ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତର ହିଙ୍ଗୁଳା ମନ୍ଦିର ପରିସରରେ ମା’ହିଙ୍ଗୁଳା ଦେବୀଙ୍କ ୨୨ତମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ସମାଜସେବୀ ଅଶୋକ ସାହୁ ଅଧ୍ଯକ୍ଷତା କରିଥିଲେ । ହିଙ୍ଗୁଳା ଉତ୍ସବ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ମହାସମାରୋହରେ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଶାନ୍ତିଶୃଙ୍ଖଳା, ପରିବେଶ ସୁରକ୍ଷା, ନିଶା ନିବାରଣ, ନିମନ୍ତ୍ରିତ ଅତିଥିଙ୍କୁ ସମ୍ମାନ ଆଦି ସୂଚାରୁ ରୂପେ ସମ୍ପାଦନ କରିବାକୁ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ଅପେରା ଯାଜ୍ଞାସେନୀ ପକ୍ଷରୁ ୩ରାତି ଧରି ଯାତ୍ରା ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ଏହି ସଭାରେ ମା’ହିଙ୍ଗୁଳା ମନ୍ଦିର କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଜେନାପୁର ମା’ହିଙ୍ଗୁଳା ଦେବୀଙ୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି
|
March 2, 2026 |



