ଜୀବନ ଧାରଣର ଦେଉଳ ଗଢିବା ବିଧେୟ:  ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ପାଠ୍ୟଚକ୍ର ଆୟୋଜିତ

Spread the love
ଭୁବନେଶ୍ୱର, ୧୬/୦୮/୨୦୨୦ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୧୦ମ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ତା ୧୬/୦୮/୨୦୨୦,  ରବିବାର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି । ଏଥିରେ ପ୍ରଜ୍ଞାନ ମିଶନ୍ ର ଉପସଭାପତି ସ୍ୱାମୀ ସମର୍ପଣାନନ୍ଦ ଗିରି ଏବଂ ପ୍ରଖ୍ୟାତ ସ୍ତମ୍ଭକାର ଶ୍ରୀ ଅଭୟ ଦ୍ୱିବେଦୀ ବକ୍ତା ଭାବେ ଯୋଗଦାନ କରି ମହାମାରୀ ପରିସ୍ଥିତିରେ ଜୀବନ ଧାରଣର କୌଶଳ ବିଷୟରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରିଥିବା ଯୁବ ପିଢିଙ୍କୁ ଉଦ୍ ବୁଦ୍ଧ କରିଥିଲେ । ଗୀତା ଧର୍ମର ଲେଖହେବା ବଦଳରେ ଯୋଜନା ପ୍ରସ୍ତୁତିର ଅବଧାରଣା ହେବା ଦରକାର । ଇତିହାସ ଆମକୁ ସାହସୀ ବନାଏ। ଶୌଚ ଏବଂ ସନ୍ତୋଷ ମାଧ୍ୟମରେ ଯୋଗ,ପ୍ରାଣାୟମ ଏବଂ ଭଗବତ୍ ଆରାଧନା କରି କରୋନାକୁ କରୁଣାରେ ପରିବର୍ତ୍ତନ କରି ନିଜ ଜୀବନକୁ ସଜାଡିବା ଆବଶ୍ୟକ ବୋଲି ମତ ପ୍ରକାଶ ହେଇଥିଲା ।  ଆଜୀବନ ସଦସ୍ୟା ତଥା ମୁମ୍ବାଇ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ବିଜୟ କୁମାର ସାହୁ ପୌରହିତ୍ୟ କରିଥିବା ସ୍ଥଳେ ଆଜୀବନ ସଦସ୍ୟ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଦେବୀଲାଲ ମିଶ୍ର ସଂଯୋଜନା କରିଥିଲେ ।ପ୍ରାରମ୍ଭରେ  ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ  ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ର ବୈତରଣୀ ଦଳର ଦିଲିପ କୁମାର ବାରିକ ଏବଂ ବିଭୁତି ସାହୁ ସଭା ପରିଚାଳନା କରିଥିଲେ । ସଂସଦ ର ଦକ୍ଷିଣ ଓଡିଶା ଜୋନ୍ ସଂଜଯୋକ ତଥା ଅର୍ଥନିତି ଅଧ୍ୟାପକ ବିଶ୍ୱେଶର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା l ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ କରୋନା ମହାମାରୀ; ଭାରତୀୟ ପରିବେଷରେ ସଂକ୍ରମଣ ଏବଂ ନିନାଦିକ ବୈଶିଷ୍ଟ୍ୟ ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ  ସୂଚନା ପ୍ରଦାନ କରିଥିଲେ।

Related Posts

About The Author

Add Comment