ଯାଜପୁର, ତା ୨୧ା୦୬ା୨୦୨୩ ରିଖ : ଆଜି ପ୍ରାତଃ ୬ ଘଟିକାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ଯୋଗ ପ୍ରଚାର ସମିତି, ପତଂଜଳି ଯୋଗ ସମିତି ଓ ଅନେକ ଅଗ୍ରଣୀ ଏବଂ ଆଧ୍ୟାତ୍ମିକ ସଂଗଠନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଅଚ୍ଥି । ଯୋଗ ହେଉଚ୍ଥି ଆମ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ପ୍ରାଚୀନ କାଳରୁ ମୁନିଋଷି ମାନଙ୍କ ଦ୍ୱାରା ସୁସ୍ଥ, ସରଳ ଓ ନିରାମୟ ତଥା ଶାନ୍ତି, ମୈତ୍ରୀ ଓ ସଂପ୍ରିତି ଜୀବନଯାପନ ପାଇଁ ଯୋଗ ଆରମ୍ଭ କରାଯାଇଥିଲା, ଯାହା ବର୍ତ୍ତମାନ ଭାରତ ବିଶ୍ୱକୁ ଯୋଗର ମହାତ୍ମ୍ୟ ସମ୍ୱନ୍ଧରେ ବିଂଶ ଶତାବ୍ଦିରେ ପରିଚୟ ପ୍ରଦାନ କରିଚ୍ଥି । ଯୋଗ ବର୍ତ୍ତମାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଗତ କୋଭିଡ ମହାମାରୀ ପରେ ବହୁଳ ଭାବେ ଆଦୃତ ହୋଇପାରିଚ୍ଥି ବୋଲି ଆଜିର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଳ୍ାପାଳ ଡଃ ଦିବ୍ୟ ଲୋଚନ ମହାନ୍ତ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ଯୋଗଦେଇ, ଯୋଗ ମନୁଷ୍ୟର ଆତ୍ମାକୁ ପରମାତ୍ମା ସହ ସଂଯୋଗ କରିବାର ଏକ ପ୍ରକ୍ରିୟା ବୋଲି କହିବା ସହ ସମସ୍ତ ଇନ୍ଦ୍ରିୟ ଓ ଶରୀରକୁ ସୁସ୍ଥ ରଖେ ବୋଲି ବକ୍ତବ୍ୟ ରଖିଥିଲେ ।ସେହିପରି ମୁଖ୍ୟ ବକ୍ତା ଭାବେ ଯାଜପୁର ପୈାର ପରିଷଦ ଊପାଧ୍ୟକ୍ଷ ଶ୍ରୀ ସନ୍ତେଷ କୁମାର ମଲ୍ଳ୍ିକ ଯୋଗଦେଇ କହିଲେ ଯେ, ଯୋଗ ଦ୍ୱାରା ମନୁଷ୍ୟର ମସ୍ତିଷ୍କ ଭାରମୁକ୍ତ ହୋଇ ତାର ରକ୍ତ ସଂଚାଳନ ପ୍ରକ୍ରିୟା ସଠିକ ଭାବରେ ହୋଇ ମସ୍ତିଷ୍କ ଉନ୍ନତିରେ ଏବଂ ଗଠନମୂଳକ ଚିନ୍ତାଧାରା ଜାଗ୍ରତ କରିବାରେ ସହାୟକ ହୋଇଥାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ସମୟରେ ଯୋଗ କରିବା ଦ୍ୱାରା ତାର ଶରୀର, ମନ ଓ କର୍ମ ସଠିକ ମାର୍ଗରେ ପରିଚାଳିତ ହୋଇଥାଏ ବୋଲି ପ୍ରକାଶ କରିଥିଲେ ।ଯୋଗ ଶିବରରେ ଯୋଗ ଗୁରୁ ଶ୍ରୀ ସୁବାସ ତ୍ରିପାଠୀ, ଶ୍ରୀ ମନ୍ମଥ ସାମଲ ଏବଂ ଶ୍ରୀଗୋପୀନାଥ ସେଠୀ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଋତୁପର୍ଣ୍ଣା ସାହୁ ଓ କିରଣ କୁମାର ମଲ୍ଳ୍ିକ ମଞ୍ଚରେ ଯୋଗ ପ୍ରଦର୍ଶନ କରି ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ସ୍କାଉଟ ଗାଇଡ୍ ଚ୍ଥାତ୍ର ଚ୍ଥାତ୍ରୀ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ସଦସ୍ୟାମାନଙ୍କୁ ଯୋଗଭ୍ୟାସ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ ସମିତିର ସଭାପତି ଶ୍ରୀ ପ୍ରବୋଦ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସରକାରୀ ଅଧିକାରୀ ଓ ସହରର ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଜିଲ୍ଳ୍ାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ କୂଳମଣି ନାୟକ, ଶ୍ରୀ ପ୍ରପୁଂଲ ସାମଲ, ବହୁ ବୁଦ୍ଧିଜିବୀ, ସଚେତନ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ବରିଷ୍ଠ ସାମ୍ୱାଦିକ ଶ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଜିଲ୍ଳ୍ା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
|
June 23, 2023 |
