ଜିଲ୍ଳାରେ ଶିଶୁ ସୁରକ୍ଷା ଓ ଅଧିକାର ସଂପର୍କିତ କମିଟିର ୧୬ ତମ ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ତା ୧୬/୧୨/୨୦୨୦ (ସନ୍ଧାନ ନିଉଜ) : ବୁଧବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଳ୍ା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳ୍ା ଶିଶୁ ସୁରକ୍ଷା କମିଟିର ୧୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳ୍ା ପରିଷଦ ତଥା ଜିଲ୍ଳ୍ା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ, ତୃଣମୂଳ ସ୍ତରରେ ଗଠିତ ହୋଇଥିବା ପଞ୍ଚାୟତ ଓ ବ୍ଳକ ସ୍ତରୀୟ କମିଟି ଶିଶୁ ସୁରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଜିଲ୍ଳ୍ାକୁ ବାଲ୍ୟ ବିବାହ ମୁକ୍ତ ଓ ଶିଶୁ ଶ୍ରମିକ ମୁକ୍ତ ରଖିବା ପାଇଁ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଆଗେଇ ଆସିବାକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଅସୁରକ୍ଷିତ ସ୍ଥାନରୁ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିର ଆଦେଶାନୁଯାୟୀ ଥଇଥାନ କରିବା ପାଇଁ ଜିଲ୍ଳ୍ାରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶିଦାର, ନାଗରିକ ସମାଜ ଓ ଏନ୍.ଜି.ଓ. ମାନେ ଅଧିକ ଯନôବାନ ହେବାକୁ କମିଟିରେ ମତ ପ୍ରକାଶ ପାଇଥିଲା । ପଞ୍ଚାୟତ ଓ ବ୍ଳ୍କ ସ୍ତରରେ ୱାଲ ପେଣ୍ଟିଂ ଓ ହୋଡିଂ କରାଯାଇ ଶିଶୁ ଶ୍ରମିକ ମାନଙ୍କର ଅଧିକାର ସୁରକ୍ଷା ସମ୍ୱନ୍ଧରେ ସଚେତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ଶ୍ରମ ଅଧିକାରୀ, ପୋଲିସ ପ୍ରଶାସନ, ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ସମ୍ମିଳିତ ହୋଇ ନିୟମିତ ଚଢାଉ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । କିଶୋର ନ୍ୟାୟ ଅଧିନିୟମ-୨୦୧୫ ଅନୁଯାୟୀ ପ୍ରତ୍ୟେକ ଥାନାରେ ଶିଶୁ ଅନୁକୁଳ କାର୍ଯ୍ୟକାରୀ ହେବା ଉଚିତ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ମତ ରଖିଥିଲେ । ଜିଲ୍ଳ୍ାରେ ବିଭିନ୍ନ କ୍ରସର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଆବଶ୍ୟକୀୟ ଥଇଥାନ କରିବାକୁ ସହମତି ପରିପ୍ରକାଶ ପାଇଥିଲା । ଏ କ୍ଷେତ୍ରରେ ସରପଞ୍ଚ, ଅଙ୍ଗନୱାଡି କର୍ମି, ଆଶା କର୍ମିଙ୍କ ଦାୟିତ୍ୱବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ଦିଗରେ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ସ୍ୱାଗତ କରିବା ସଂଗେ ସଂଗେ ଆଗାମୀ ଦିନରେ ସମ୍ମାନୀତ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଜିଲ୍ଳ୍ାପାଳଙ୍କ ସହିତ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ (ପ୍ରଶାସନ) ଗୋପୀନାଥ କୁଅଁର, ବିଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ଡେପୁଟୀ ମ୍ୟାନେଜର ଆରସିଏଚ୍ ଲକ୍ଷ୍ମୀଧର ମହାପାତ୍ର, ସହକାରୀ ଜିଲ୍ଳ୍ା ଶ୍ରମ ଅଧିକାରୀ ଚିତ୍ତ ରଂଜନ ରାଉତ, ଆଞ୍ଚଳିକ ପରିବହନ ଅଧିକାରୀ ଏସ୍.ଏନ୍. ପଣ୍ଡା, ସମନ୍ୱିତ ଶିଶୁ ବିକାଶ ଯୋଜନା, ଯାଜପୁରର ଜିଲ୍ଳ୍ା ପ୍ରୋଗ୍ରାମ ଅପିଂସର ମଂଜୁଳା ରଥ, ଜିଲ୍ଳ୍ା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ଏନ୍.ଜି.ଓ. ଲୋକ ବିକାଶ ତରପଂରୁ ଦିଲିପ କୁମାର ରାଉତ, ଜିଲ୍ଳ୍ା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଅର୍ଚ୍ଚନା କୁମାରୀ ସାମନ୍ତ, ଶିଶିର କୁମାର ମଲ୍ଲିକ, ପଦ୍ମ ଚରଣ ସାମନ୍ତରାୟ, ମିହିର କୁମାର ଜେନା, ବିଶ୍ୱନାଥ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ମତାମତ ରଖିଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରିବା ସହିତ ବୈଠକ ସଂପର୍କରେ ସୂଚନା ଦେଇଥିଲେ ।

Related Posts

About The Author

Add Comment